ଇନ୍ସିପିରେସନ୍‌ ସମ୍ମିଳନୀ: ମହିଳା ବଖାଣିଲେ ସଫଳତାର ସୂତ୍ର

Advertisment
ଇନ୍ସିପିରେସନ୍‌ ସମ୍ମିଳନୀ: ମହିଳା ବଖାଣିଲେ ସଫଳତାର ସୂତ୍ର

ଭୁବନେଶ୍ବର: ଡିଜିଟାଲ୍‌ ମାର୍କେଟିଂ କମ୍ପାନି କର୍ପୋରେଟ୍‌ ମିଡିଆ ପକ୍ଷରୁ ମହିଳାଙ୍କ ଉଦ୍ଦେଶ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ଇନ୍‌ସ୍ପିରେସନ୍‌ ତଥା ପ୍ରେରଣା କାର୍ଯ୍ୟକ୍ରମ‌ର ଦ୍ବିତୀୟ ସଂସ୍କରଣ ଲୋହିଆ ଏକାଡେମିରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ସମାଜସେବୀ ନମ୍ରତା ଚଢ଼ା, ‘କାଦମ୍ବିନୀ’ର ସମ୍ପାଦିକା ଇତି ସାମନ୍ତ, ‘ସମ୍ବାଦ ଗ୍ରୁପ୍‌’ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ, ଖୋର୍ଧା ଉପଜିଲ୍ଲାପାଳ ବେବିତା ମଞ୍ଜରୀ ନାୟକ, ଅଭିନେତ୍ରୀ ଅନୁ ଚୌଧୁରୀ, ଲୁମିନସ ଇନ୍‌ଫୋୱେଜ୍‌ର ସିଇଓ ଜୟଶ୍ରୀ ମହାନ୍ତି, ରୋଜିସ କିଚେନ୍‌ର ମୁଖ୍ୟ ସରୋଜା ଚୌଧୁରୀଙ୍କ ଭଳି ସଫଳ ମହିଳାମାନେ ଅତିଥି ବକ୍ତା ଭାବେ ଯୋଗଦେଇ ନାରୀ ଶକ୍ତି ଓ ଦେଶର ସମୃଦ୍ଧି ପଥରେ ନାରୀର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। କର୍ପୋରେଟ୍‌ ମିଡିଆର ମୁଖ୍ୟ ସୌନିକ କାଜଲ୍‌ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ଦେଇ ‘ବେଟି ବଚାଓ, ବେଟି ପଢ଼ାଓ’ ସ୍ଳୋଗାନକୁ ଦୃଷ୍ଟିରେ ରଖି ସେ କିପରି ଏହି କାର୍ଯ୍ୟକ୍ରମର ପରିକଳ୍ପନା କଲେ, ସେ ସମ୍ବନ୍ଧରେ ମତ ରଖିଥିଲେ। ଏହି ଅବସରରେ ମହିଳା, ଛାତ୍ରୀଙ୍କ ସମେତ ଯୁବପିଢ଼ି ଉପସ୍ଥିତ ରହି ସଫଳ ମହିଳାଙ୍କଠାରୁ ସଫଳତାର ସୂତ୍ର ଶିଖିବା ସହ ପ୍ରେରଣା ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe