ଭୁବନେଶ୍ବର: ଛାତ୍ରଛାତ୍ରୀମାନେ କୌଣସି ପ୍ରକାର ଚାପର ବଶବର୍ତ୍ତୀ ନହେବା ଉଚିତ। ବିଶେଷ କରି ଉଚ୍ଚଶିକ୍ଷା ବେଳେ ବାପା ମା’ଙ୍କ ଚାପ ପରିବର୍ତ୍ତେ ନିଜ ଇଚ୍ଛା ମୁତାବକ ପାଠ୍ୟକ୍ରମ ଚୟନ କରିବା ଆବଶ୍ୟକ। ଫଳରେ ସେମାନେ ନିଜ ବୃତ୍ତିଗତ ଜୀବନରେ ସଫଳତା ପାଇପାରିବେ ବୋଲି କହିଛନ୍ତି ସାଂସଦ ତଥା ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି। ନୂଆପଲ୍ଲୀ ନୀଳକଣ୍ଠ ନଗରସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କଷ୍ଟ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ ପକ୍ଷରୁ ଅନୁଷ୍ଠିତ ବାଣିଜ୍ୟ ସମାବେଶ ଓ ଆଲୋଚନାଚକ୍ରରେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିିଲେ,ଏବେ ନିଯୁକ୍ତି ନେଇ ବହୁ ସମସ୍ୟା ଦେଖାଦେଇଛି। ଯେକୌଣସି ପଦ ପାଇଁ ନିଯୁକ୍ତି ବିଜ୍ଞାପନ ବାହାରିଲେ, ହଜାର ହଜାର ଉଚ୍ଚଶିକ୍ଷିତ ଛାତ୍ରଛାତ୍ରୀ ଆବେଦନ କରୁଛନ୍ତି। ଏଭଳି ସମସ୍ୟାର ସମାଧାନ ପାଇଁ ବୃତ୍ତି, ପ୍ରବୃତ୍ତି ଓ ବ୍ୟବସ୍ଥା ମଧ୍ୟରେ ସମନ୍ବୟ ରହିବା ଆବଶ୍ୟକ। କଷ୍ଟ୍ ଆକାଉଣ୍ଟାଣ୍ଟ୍ମାନେ ସଂସ୍ଥା ସହ ଦେଶ ପାଇଁ ମଧ୍ୟ କାମ କରିବା ଉଚିତ। ଏଥିପାଇଁ ଜଣେ ଜଣେ ସାମ୍ବାଦିକଙ୍କୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିବା ଉଚିତ। ସେମାନେ ଦେଶର ଅର୍ଥନୀତି ଅଗ୍ରଗତିରେ ବାଧା ସୃଷ୍ଟି କରୁଥିବା ସମସ୍ୟାଗୁଡ଼ିକ ଉପରେ ସାମ୍ବାଦିକମାନଙ୍କୁ ତଥ୍ୟ ପ୍ରଦାନ କଲେ, ସମାଧାନର ବାଟ ଖୋଲିଯିବ ବୋଲି ସେ କହିଛନ୍ତି। ସିଏମ୍ଏ ମାନସ କୁମାର ଠାକୁର, ନିରଞ୍ଜନ ମିଶ୍ର ଓ ଦାମୋଦର ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ। କଠିନ ପରିଶ୍ରମ, ଦୃଢ଼ ଇଚ୍ଛାଶକ୍ତି ଏବଂ ଧୈର୍ଯ୍ୟ, ଏହି ତିନିଟି ଶକ୍ତି ରହିଲେ ସଫଳତା ନିଶ୍ଚିତ ମିଳିବ େବାଲି ସେ କହିଥିଲେ। ଅନୁଷ୍ଠାନର ସ୍ମରଣିକା ଅତିଥିଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ପରେ ସମସ୍ତ ଅତିଥିଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ‘ଜିଏସ୍ଟି’ ଉପରେ ଏକ ଆଲୋଚନାଚକ୍ର କରାଯାଇଥିଲା। ବିଭିନ୍ନ ବିଶ୍ବବିଦ୍ୟାଳୟର ଅଧ୍ୟାପକ, ଅର୍ଥନୀତି ବିଶେଷଜ୍ଞ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଶେଷରେ ସିଏମ୍ଏ ତାପସ ରଞ୍ଜନ ଦାସ ଧନ୍ୟବାଦ ଦେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us