image source-Sabrang India
ପୁରୁଣା ଭୁବନେଶ୍ୱର : ଜଣେ ମହିଳା କନେଷ୍ଟବଳଙ୍କୁ ଗାଳିଗୁଲଜ କରିବା ଅଭିଯୋଗରେ ଏୟାରଫିଲଡ୍ ଥାନା ପୁଲିସ୍ ଆଜି ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ଏହି ଥାନା ଅଧୀନ କୁହା ଗ୍ରାମର ଶରତ କୁମାର ସେନାପତି (୫୨), ତାଙ୍କ ସ୍ତ୍ରୀ ସୁଲୋଚନା ସେନାପତି(୪୮) ଓ ସେମାନଙ୍କ ପୁଅ ଶ୍ବେତରଞ୍ଜନ ସେନାପତି(୨୩)। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୁହା ଗାଁରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଉଭୟ ପରିବାର ଥାନାରେ ଅଭିଯୋଗ କରିଥିଲେ। ଥାନାର ଅଭ୍ୟର୍ଥନା କକ୍ଷରେ ଉଭୟ ପରିବାରଙ୍କ ସହ ପୁଲିସ ଆଲୋଚନା କରୁଥିଲା। ଏତିକିବେଳେ ୩ ଅଭିଯୁକ୍ତ ଜଣେ ମହିଳା କନେଷ୍ଟବଳଙ୍କୁ ଗାଳିଗୁଲଜ କରିଥିଲେ।
Follow Us