ଆରମ୍ଭ ହେଲା ପାଥୋଲୋଜି ପାଇଁ ଇଣ୍ଟିଗ୍ରେଟେଡ୍ ବ୍ୟବସ୍ଥା : ଗୋଟିଏ ସ୍ଥାନରେ ପଞ୍ଜୀକରଣ ଓ ରିପୋର୍ଟ

Advertisment

ଆଗକୁ ସଂପୂର୍ଣ୍ଣ ଅନଲାଇନ୍‌ରେ ମିଳିବ ରିପୋର୍ଟ, ପ୍ଲାଜ୍‌ମା ଦେଲେ ଆଉ ୨

ଆଗକୁ ସଂପୂର୍ଣ୍ଣ ଅନଲାଇନ୍‌ରେ ମିଳିବ ରିପୋର୍ଟ, ପ୍ଲାଜ୍‌ମା ଦେଲେ ଆଉ ୨

ଆରମ୍ଭ ହେଲା ପାଥୋଲୋଜି ପାଇଁ ଇଣ୍ଟିଗ୍ରେଟେଡ୍ ବ୍ୟବସ୍ଥା : ଗୋଟିଏ ସ୍ଥାନରେ ପଞ୍ଜୀକରଣ ଓ ରିପୋର୍ଟ

OrissaPOST

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲର ପାଥୋଲୋଜି ପାଇଁ କର୍ତୃପକ୍ଷ ଇଣ୍ଟିଗ୍ରେଟେଡ୍ ବ୍ୟବସ୍ଥା ଆପଣାଇଛନ୍ତି। ପୂର୍ବରୁ ଜଣେ ରୋଗୀଙ୍କୁ ନିଜର ନମୁନା ପରୀକ୍ଷା ପାଇଁ ଏକାଧିକ ସ୍ଥାନକୁ ଯିବାକୁ ପଡ଼ୁଥିବା ବେଳେ ଏବେ ଗୋଟିଏ ସ୍ଥାନରେ ସବୁକିଛି ମିଳିବ। ଆଜିଠାରୁ ହସ୍ପିଟାଲରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି। ତେବେ ଆଗକୁ ଅନଲାଇନ୍ ଜରିଆରେ ରୋଗୀମାନଙ୍କୁ ରିପୋର୍ଟ ପ୍ରଦାନ କରିବା ଲାଗି ହସ୍ପିଟାଲ କର୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

କ୍ୟାପିଟାଲ ହସ୍ପିଟାଲରେ ନମୁନା ପରୀକ୍ଷା ପାଇଁ ରୋଗୀମାନଙ୍କୁ ଏକାଧିକ ସ୍ଥାନକୁ ଯିବାକୁ ପଡ଼ିଥାଏ। ଗୋଟିଏ ସ୍ଥାନରେ ନିଜର ପଞ୍ଜୀକରଣ କରିବା ସହିତ ଗୋଟିଏ ସ୍ଥାନରେ କୋଡିଂ, ପାଥୋଲୋଜିରେ ନମୁନା ଓ ଆଉ ଗୋଟିଏ ସ୍ଥାନରେ ପାଥୋଲୋଜି ରିପୋର୍ଟ ସଂଗ୍ରହ କରିବାକୁ ପଡ଼ୁଥିଲା। ମାତ୍ର ଏବେ ପାଥୋଲୋଜି ବିଭାଗ ପାଇଁ କମ୍ପ୍ୟୁଟରିକୃତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏବେ କେବଳ ପଞ୍ଜୀକରଣ କରିବା ପରେ ଜଣେ ପାଥୋଲୋଜିର ନିଜର ନମୁନା ପ୍ରଦାନ କରିବେ। ପରବର୍ତୀ ସମୟରେ ପଞ୍ଜୀକରଣ ସ୍ଥାନରୁ ହିଁ ନିଜର ନମୁନା ରିପୋର୍ଟ ପାଇପାରିବେ। କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା.ଲକ୍ଷ୍ମୀଧର ସାହୁ କହିଛନ୍ତି, ପାଥୋଲୋଜି ପାଇଁ ରୋଗୀମାନଙ୍କୁ ଏକାଧିକ ସ୍ଥାନକୁ ଦୌଡ଼ିବାକୁ ପଡ଼ୁଥିଲା। ମାତ୍ର ଏବେ ଏହାକୁ ଇଣ୍ଟିଗ୍ରେଟେଡ୍ କରାଯାଇଛି। ପଞ୍ଜୀକରଣ ସ୍ଥାନରେ ରୋଗୀମାନେ ନିଜର ନମୁନା ରିପୋର୍ଟ ପାଇପାରିବେ। ତେବେ ଆଗକୁ ନମୁନା ରିପୋର୍ଟ ହ୍ବାଟ୍‌ସଆପ୍ ଓ ଇ-ମେଲ ଜରିଆରେ ପଠାଯିବାର ମଧ୍ୟ ବ୍ୟବସ୍ଥା କରାଯିବ। ଏବେ କୋଭିଡ୍‌ ପାଇଁ ସମସ୍ୟା ଉପୁଜୁଥିବାରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରୁ ନାହିଁ। ତେବେ କୋଭିଡ୍‌ ସୁଧାର ଆସିବା ପରେ ଏହି ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯିବ ବୋଲି ଡା.ସାହୁ ସୂଚନା ଦେଇଛନ୍ତି।

ଅପରପକ୍ଷରେ ଆଜି ହସ୍ପିଟାଲରେ ୨ଜଣ କରୋନା ସୁସ୍ଥ ରୋଗୀ ନିଜର ପ୍ଲାଜ୍‌ମା ପ୍ରଦାନ କରିଛନ୍ତି। ଏହାକୁ ମିଶାଇ ହସ୍ପିଟାଲରେ ଏ ପର୍ଯ୍ୟନ୍ତ ୧୫ଜଣ ନିଜର ପ୍ଲାଜ୍‌ମା ପ୍ରଦାନ କରି ସାରିଲେଣି। ସ୍କ୍ରିନିଂ ହୋଇଥିବା ଆଉ ୨ଜଣ ଆସନ୍ତାକାଲି ନିଜର ପ୍ଲାଜମା ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ଜଣେ ସୁସ୍ଥ ରୋଗୀଙ୍କ ରକ୍ତରୁ ୨ ପାଉଚ୍ ପ୍ଲାଜମା ପ୍ରସ୍ତୁତ ହୋଇପାରୁଛି। ହସ୍ପିଟାଲରେ କିଛିଦିନ ପୂର୍ବରୁ ୨୪ ପାଉଚ୍ ପ୍ଲାଜମା ସଂଗ୍ରହ ହୋଇଥିବା ବେଳେ ୬ଜଣ ଗୁରୁତର କରୋନା ରୋଗୀଙ୍କୁ ଏହାକୁ ପ୍ରଦାନ କରାଯାଇଥିବା ଡା.ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe