ଭୁବନେଶ୍ବର: ବିଜ୍ଞାନ ଜାଣିବେ। ବୈଜ୍ଞାନିକ ହେବେ। ସୃଜନକୁ ବିନିଯୋଗ କରି ଦୁନିଆ ଜିତିବେ। ବିଜ୍ଞାନକୁ ନେଇ ଏମିତି ସ୍ବପ୍ନ ଦେଖୁଥିବା ଏବଂ ଗାଁ ସ୍କୁଲ୍ର ପଢ଼ୁଥିବା କୁନି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ଯୋଜନା କରିଥିବା ବେଳେ ଏହାର ସୁଯୋଗ ନେଇଛନ୍ତି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାର ବନମାଳିପୁରସ୍ଥିତ କେଳା ସୁବୁଦ୍ଧି ବାଳିକା ଉଚ୍ଚ ବିଦ୍ୟାଳୟର ୫ଜଣ ଛାତ୍ରୀ। କୌଣସି ଗାଁରୁ ସାଂସଦ ଛାତ୍ରଛାତ୍ରୀଙ୍କୁ ମନୋନୀତ କରି ପଠାଇବାର ବ୍ୟବସ୍ଥା ଥିବା ବେଳେ ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଉକ୍ତ ସ୍କୁଲ୍ର ୫ଜଣଙ୍କୁ ଲେକ୍ଷ୍ନୗ ପଠାଇଛନ୍ତି। ଆସନ୍ତା ୫ରୁ ୮ ତାରିଖ ପର୍ଯ୍ୟନ୍ତ ନ୍ୟାସ୍ନାଲ୍ ବଟାନିକାଲ୍ ରିସର୍ଚ ଇନ୍ଷ୍ଟିଚ୍ୟୁଟ୍ରେ େହବାକୁ ଯାଉଥିବା ୪ର୍ଥ ଭାରତ ଅନ୍ତର୍ଜାତୀୟ ବିଜ୍ଞାନ ଉତ୍ସବ(ଆଇଆଇଏସ୍ଏଫ୍)ରେ ଛାତ୍ରୀମାନେ ଅଂଶଗ୍ରହଣ କରିବେ। ସ୍କୁଲ୍ର ବିଜ୍ଞାନ ଶିକ୍ଷକ ବସନ୍ତ କୁମାର ସାହୁଙ୍କ ସହ ଛାତ୍ରୀ ପୂଜା ସାହୁ, ପିଙ୍କି ସାହୁ, ଭାରତୀ ମହାରଣା, ସ୍ବାଗତିକା ପଣ୍ଡା, ମୋନାଲିସା ଦାସ ଆଜି ଟ୍ରେନ୍ରେ ଲେକ୍ଷ୍ନୗ ଯାତ୍ରା କରିଛନ୍ତି। ୫ଜଣଙ୍କ ମଧ୍ୟରୁ ୪ ଜଣ ଛାତ୍ରୀ ପ୍ରଥମ ଥର ପାଇଁ ଓଡ଼ିଶା ବାହାରକୁ ଯାଉଥିବା ବେଳେ କାର୍ଯ୍ୟକ୍ରମକୁ ନେଇ ବେଶ୍ ଉତ୍ସାହିତ ଥିଲେ। ସେଠାରେ ନିଜ ଗାଁ’ରେ ଥିବା ବିଭିନ୍ନ ସମସ୍ୟା ସହ କେଉଁ ପଥ ଦେଇ ଗଲେ ଆଦର୍ଶ ଗ୍ରାମରେ ପରିଣତ ହୋଇପାରିବେ ସେ ବାବଦରେ ଛାତ୍ରୀମାନେ ଉପସ୍ଥାପନ କରିବେ। ସାଂସଦ ଶ୍ରୀ ପଟ୍ଟନାୟକ କହିଲେ, ଖଣ୍ଡପଡ଼ାରୁ ଏହି ପିଲାମାନେ ଏଭଳି ଏକ ଅନ୍ତର୍ଜାତୀୟ ବିଜ୍ଞାନ ଉତ୍ସବରେ ଯୋଗ ଦେବାକୁ ଯାଉଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ଏମାନଙ୍କ ମଧ୍ୟରୁ ୪ଜଣ ଓଡ଼ିଶା ବାହାରକୁ ଯାଇ ନଥିବାରୁ ଏହା ସେମାନଙ୍କ ପାଇଁ ନୂଆ ଅନୁଭବ ଆଣିବାରେ ସୁଯୋଗ ସୃଷ୍ଟି କରିବ। ସେମାନେ ସେଠାରୁ ଫେରି ଆସିବା ପରେ ଅନ୍ୟ ଛାତ୍ରଛାତ୍ରୀଙ୍କ ଉପରେ ଏହା ପ୍ରଭାବ ପକାଇବ ବୋଲି ସେ କହିଥିଲେ।
ଅନ୍ତର୍ଜାତୀୟ ବିଜ୍ଞାନ ଉତ୍ସବରେ ଭାଗନେବେ ନୟାଗଡ଼ର ୫ ଛାତ୍ରୀ
Advertisment
Follow Us