ନୂଆଦିଲ୍ଲୀ : ଜାତୀୟ ଲଳିତ କଳା ଏକାଡେମି ଓ ଇନ୍ଦିରା ଗାନ୍ଧି ନ୍ୟାସନାଲ ସେଣ୍ଟର ଫର୍ ଆର୍ଟ ଆନୁକୂଲ୍ୟରେ ନୂଆଦିଲ୍ଲୀଠାରେ ଭାରତର ପ୍ରଥମ ଅନ୍ତର୍ଜାତୀୟ କଳା ମେଳା ଅନୁଷ୍ଠିତ ହୋଇଛି। ଏହି ମେଳାରେ ଓଡ଼ିଶାରୁ ଧଉଳି ଚାରୁ କଳା ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ଉପରେ ଆଧାରିତ ସୃଜନଶୀଳ ଚିତ୍ର ପ୍ରଦର୍ଶନ କରି ଓଡ଼ିଶାର ସମସାୟମିକ ଚିତ୍ରକଳାର ପ୍ରତିନିଧିତ୍ୱ କରିଛନ୍ତି। ଫେବ୍ରୁଆରି ୪ରୁ ୧୮ ପର୍ଯ୍ୟନ୍ତ ଏହି କଳା ମେଳାରେ ଭାରତର ବିଭିନ୍ନ ରାଜ୍ୟର ଶିଳ୍ପୀମାନଙ୍କ ସହ ପୋଲାଣ୍ଡ, ଭେନ୍ଜୁଆଲା, ପେରୁ, ପର୍ତ୍ତୁଗାଲ, ଚୀନ, ବ୍ରାଜିଲ୍, ୟୁକେ, ସ୍ପେନ୍, ଫିଜି, ମେକ୍ସିକୋ, ଶ୍ରୀଲଙ୍କା, ଟ୍ୟୁନିସିୟା, ବାଂଲାଦେଶ ଏବଂ ଅନ୍ୟାନ୍ୟ ଦେଶର ଶିଳ୍ପୀମାନେ ନିଜ ଦେଶର ଚିତ୍ରକଳା ପ୍ରଦର୍ଶନ କରିଛନ୍ତି। ଶିଳ୍ପୀ ପଞ୍ଚାନନଙ୍କ ସହ ତେଲେଙ୍ଗାନାରୁ ଏମ୍. ରମେଶ ଓ କର୍ଣ୍ଣାଟକରୁ ବି.ଏନ୍. ହରିପ୍ରସାଦ ନିଜ ନିଜର ଚିତ୍ରକଳା ପ୍ରଦର୍ଶନ କରିଛନ୍ତି। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ସଂସ୍କୃତି ମନ୍ତ୍ରୀ ଡ. ମହେଶ ଶର୍ମା ଏବଂ ଲଳିତ କଳା ଏକାଡେମିର ପ୍ରଶାସକ ସି.ଏସ୍. କ୍ରିଷ୍ଣା ସେଟ୍ଟିଙ୍କ ଉପସ୍ଥିତିରେ ମେଳାକୁ ଉଦ୍ଘାଟନ କରିଥିଲେ। ନୋବେଲ୍ ବିଜେତା କୈଳାସ ସତ୍ୟାର୍ଥୀ ପ୍ରଦର୍ଶନୀ ବୁଲି ଦେଖିବା ସହିତ ପଞ୍ଚାନନଙ୍କ ଚିତ୍ର ସମାଜର ସଂସ୍କୃତି ଓ ପରମ୍ପରା ସୁଧାରିବା ଦିଗରେ ସହାୟକ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ପ୍ରଦର୍ଶନୀ ଅବସରରେ ଦିଲ୍ଲୀସ୍ଥିତ ଚିତ୍ରଶିଳ୍ପୀ ସୁଧାଂଶୁ କୁମାର ସୂତାର, ଅନୁପ କୁମାର ଚାନ୍ଦ, ଦିଲ୍ଲୀପ କୁମାର ତ୍ରିପାଠୀ, କାଳିକିଙ୍କର ଦେ, ଉମେଶ ନାୟକ, ଡାଏନା ମହାପାତ୍ର, ଅନିତା ବର୍ମାଙ୍କ ସହ ସୁବ୍ରତ ମଲ୍ଲିକ, ବିଦ୍ୟୁତ୍ଲତା ପାଟ୍ଟଶାଣୀ, କେସୁ ଦାସ ପ୍ରମୁଖ ଶିଳ୍ପୀଙ୍କ ଚିତ୍ରର ପ୍ରଶଂସା କରିଥିଲେ।
ପଞ୍ଚାନନ ସାମଲଙ୍କ ଚିତ୍ରରେ ଓଡ଼ିଶାର ସଂସ୍କୃତି ଓ ପରମ୍ପରା
Advertisment
Follow Us