ଆର୍ସେନିକ୍‍ର ପ୍ରଭାବ ଉପରେ ଅନ୍ତର୍ଜାତୀୟ କଂଗ୍ରେସ

କିଟ୍‍ ବିଶ୍ୱବିଦ୍ୟାଳୟରେ ଆଜି ପରିବେଶରେ ଆର୍ସେନିକ୍‍ର ପ୍ରଭାବ ଉପରେ ୯ମ ଅନ୍ତର୍ଜାତୀୟ କଂଗ୍ରେସ ପ୍ରଦର୍ଶନୀ ଉଦ୍‍ଘାଟିତ ହୋଇଛି। ଚାରିଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ୫୦ଟି ଦେଶରୁ ୧୦୦ରୁ ଊର୍ଦ୍ଧ୍ବ ପ୍ରତିନିଧିଙ୍କ ସମେତ ୪୦୦ ପ୍ରତିନିଧି ଯୋଗଦେଇଛନ୍ତି।

fshsffshfs

ଚନ୍ଦ୍ରଶେଖପୁର: କିଟ୍‍ ବିଶ୍ୱବିଦ୍ୟାଳୟରେ ଆଜି ପରିବେଶରେ ଆର୍ସେନିକ୍‍ର ପ୍ରଭାବ ଉପରେ ୯ମ ଅନ୍ତର୍ଜାତୀୟ କଂଗ୍ରେସ ପ୍ରଦର୍ଶନୀ ଉଦ୍‍ଘାଟିତ ହୋଇଛି। ଚାରିଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ୫୦ଟି ଦେଶରୁ ୧୦୦ରୁ ଊର୍ଦ୍ଧ୍ବ ପ୍ରତିନିଧିଙ୍କ ସମେତ ୪୦୦ ପ୍ରତିନିଧି ଯୋଗଦେଇଛନ୍ତି। ସେମାନଙ୍କ ମଧ୍ୟରେ ବହୁ ବୈଜ୍ଞାନିକ, ଗବେଷକ ଓ ଖ୍ୟାତିସମ୍ପନ୍ନ ପ୍ରଫେସର ଅଛନ୍ତି। ପ୍ରଥମଥର ଲାଗି ଏହି ସମ୍ମାନଜନକ କଂଗ୍ରେସ ଭାରତରେ ଅନୁଷ୍ଠିତ ହେଉଛି। ଏହାର ଉଦ୍‍ଘାଟନୀ ଉତ୍ସବରେ ଅତିଥି ଭାବେ କାନାଡ଼ାର ୱାଟର୍‍ଲୁ ବିଶ୍ୱବିଦ୍ୟାଳୟର ହାଇଡ୍ରୋଜିଓଲଜି ବିଭାଗ ପ୍ରଫେସର ଇମିରଟସ୍‍ ଜନ୍‍ ଚେରି, ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାରପ୍ରାପ୍ତ ତଥା ଆଇଆଇଟି ଖଡ଼ଗପୁରର ପ୍ରଫେସର ଅଭିଜିତ୍‍ ମୁଖାର୍ଜୀ, କେନ୍ଦ୍ରୀୟ ଭୂତଳଜଳ ବୋର୍ଡର ପୂର୍ବତନ ସଦସ୍ୟ ପ୍ରଫେସର ଦୀପଙ୍କର ଶାହା ତଥା ଆୟୋଜନ କମିଟି ଅଧ୍ୟକ୍ଷ ତଥା ସ୍ୱିଡେନ୍‍ର କେଟିଏଚ୍‍ ରୟାଲ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ ଟେକ୍ନୋଲୋଜିର ପ୍ରଫେସର ପ୍ରସୂନ ଭଟ୍ଟାଚାର୍ଯ୍ୟ, ଏବଂ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗଦେଇ ଆର୍ସେନିକ୍‍ର ପ୍ରଭାବ ଓ ପ୍ରତିକାର ପ୍ରସଙ୍ଗରେ ମତବ୍ୟକ୍ତ କରିଥିଲେ।

ଅଚ୍ୟୁତ ସାମନ୍ତଙ୍କୁ ଜୀବନବ୍ୟାପୀ ସଦସ୍ୟ ସମ୍ମାନ
କିଟ୍‍ ବିଶ୍ୱବିଦ୍ୟାଳୟକୁ ଗ୍ରିନ୍‍ କ୍ୟାମ୍ପସ୍‍ ପୁରସ୍କାର-୨୦୨୪

ଏହି ଅବସରରେ ଇଣ୍ଟରନ୍ୟାସନାଲ୍‍ ସୋସାଇଟି ଅଫ ଗ୍ରାଉଣ୍ଡୱାଟର ଫର୍‍ ସଷ୍ଟେନେବଲ୍‍ ଡେଭଲପ୍‍ମେଣ୍ଟ(ଆଇଏସ୍‍ଜିଏସ୍‌ଡି) ପକ୍ଷରୁ  ଶ୍ରୀ ସାମନ୍ତଙ୍କୁ ସମ୍ମାନସୂଚକ ଜୀବନବ୍ୟାପୀ ସଦସ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଶିକ୍ଷା ଓ ପରିବେଶ କ୍ଷେତ୍ରରେ ସ୍ଥାୟୀ ବିକାଶରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି  ସବୁଜ କ୍ୟାମ୍ପସ ପ୍ରୟାସ ନିମନ୍ତେ କିଟ୍‍ ବିଶ୍ୱବିଦ୍ୟାଳୟକୁ ଗ୍ରିନ୍‍ କ୍ୟାମ୍ପସ୍‍ ପୁରସ୍କାର-୨୦୨୪ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟର ଜଳ ଗବେଷଣା ଓ ଜଳବାୟୁ ପରିବର୍ତ୍ତନ କେନ୍ଦ୍ର ଉଦ୍‍ଘାଟିତ ହୋଇଥିଲା। କିଟ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି ଏହି କେନ୍ଦ୍ରର କାର୍ଯ୍ୟଧାରା ଉପରେ ସୂଚନା ପ୍ରଦାନ କରିଥିଲେ। କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ୍‍ ସିଂହ ସ୍ୱାଗତ ଭାଷଣ ଓ କଂଗ୍ରେସ ଆୟୋଜନ କମିଟି ସମ୍ପାଦକ ତଥା କିଟ୍‍ ବିଶ୍ୱବିଦ୍ୟାଳୟ ପ୍ରଫେସର ଜ୍ୟୋତି ପ୍ରକାଶ ମାଇତି ଧନ୍ୟବାଦ ଦେଇଥିଲେ।

ସଂସଦୀୟ ଷ୍ଟାଣ୍ଡିଂ କମିଟିର କିଟ୍‍ ଓ କିସ୍‍ ପରିଦର୍ଶନ

ଭୁବନେଶ୍ବର: ତଫସିଲଭୁକ୍ତ ଜାତି ଓ ଜନଜାତି କଲ୍ୟାଣ ସମ୍ବନ୍ଧୀୟ ସଂସଦୀୟ ଷ୍ଟାଣ୍ଡିଂ କମିଟି ରବିବାର କିଟ୍‍ ଓ କିସ୍‍ ଦର୍ଶନ କରିଛନ୍ତି। ସାଂସଦ ଫଗନ ସିଂହ କୁଲସ୍ତେଙ୍କ ଅଧ୍ୟକ୍ଷତାରେ ଏହି କମିଟି କିଟ୍‍ ଓ କିସ୍‍ର ବିଭିନ୍ନ କ୍ୟାମ୍ପସ୍‍ ଓ ବିଭାଗ ବୁଲି ଦେଖିଥିଲେ। ଏହି ଅବସରରେ କିସ୍‍ର ୪୦ ହଜାର ଛାତ୍ରଛାତ୍ରୀଙ୍କୁ ଶ୍ରୀ କୁଲସ୍ତେ ଉଦ୍‌ବୋଧନ ଦେଇ ଥିଲେ। ଅନ୍ୟତମ ଅତିଥି ତଥା ସାଂସଦ ପ୍ରତିମା ମଣ୍ଡଳ ମଧ୍ୟ କିସ୍‍ର ଉଚ୍ଚ ପ୍ରଶଂସା କରିଥିଲେ।  କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ଦୀପକ କୁମାର ବେହେରା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe