ନିଶାର ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧରେ ଅନ୍ତର୍ଜାତୀୟ ଦିବସ

Advertisment
ନିଶାର ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧରେ ଅନ୍ତର୍ଜାତୀୟ ଦିବସ

ଭୁବନେଶ୍ବର : ନିଶାର ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧରେ ଅନ୍ତର୍ଜାତୀୟ ଦିବସ ଆଜି ଇଡକଲ ଅଡିଟୋରିୟମ୍‌ରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଏକ ଶୋଭାଯାତ୍ରା ମାଷ୍ଟର କ୍ୟାଣ୍ଟିନ୍ ଛକରୁ ବାହାରି ମହାତ୍ମା ଗାନ୍ଧୀ ମାର୍ଗ ଦେଇ ଇଡକଲ୍‌ ଅଡିଟୋରିୟମ୍‌ରେ ପହଞ୍ଚିଥିଲା। ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ନିର୍ଦେଶାଳୟ(ବାଳିକା ବିଭାଗ) ଓଡ଼ିଶାର କମାଣ୍ଡିଂ ଅଫିସର କର୍ଣ୍ଣେଲ ସି.ଡି ସାହୁ ଏହାକୁ ଉଦ୍‌ଘାଟନ କରିଥିଲେ। ପରେ ଅନୁଷ୍ଠିତ ସଭାରେ ସୁଧୀର ଚନ୍ଦ୍ର ଦାଶ ସଭାପିତତ୍ବ କରିଥିଲେ। ଅତିଥି ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ସଚିବ ନିତେନ ଚନ୍ଦ୍ର, ଯୁବନେତା ଭରଦ୍ବାଜ ମିଶ୍ର, କମ୍ୟୁନିଟି ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ନିର୍ଦେଶକ ବିକାଶ ରାଉତ, ଜାତୀୟ ସମର ଶିକ୍ଷାର୍ଥୀ ବା‌ହିନୀ ନିର୍ଦେଶାଳୟର ଏନ୍‌ସିସି ପ୍ରଶିକ୍ଷକ(ଏଡିଜି) କର୍ଣ୍ଣେଲ କେ.ଜି ମହାନ୍ତି, ଆଭାର ସଭାପତି ସୁଧୀର ଚନ୍ଦ୍ର ଦାଶ ଓ ସଂପାଦକ ଦୁର୍ଯ୍ୟୋଧନ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ନିଶା କିଭଳି ମାନବ ସମାଜକୁ ଧ୍ବଂସ ଆଡ଼କୁ ଟାଣି ନେଉଛି ଓ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି ତାହା ଉପରେ ଅତିଥିମାନେ ଗୁରୁତ୍ବ ଦେଇଥିଲେ। ମାନସିକ ରୋଗର ଠିକ୍ ଚିକିତ୍ସା ଫଳରେ ଜଣେ ନିଶାସକ୍ତ ବ୍ୟକ୍ତି ଲାଭବାନ ହୋଇପାରୁଛି। ତେଣୁ ନିଶା ଛଡ଼ାଇବା ପାଇଁ ଥିବା ପୁନର୍ବାସ କେନ୍ଦ୍ରରେ ରହି ଜଣେ କିଭଳି ନିଶାମୁକ୍ତ ହୋଇପାରୁଛି ତାହା ଉପରେ ଲୋକଙ୍କୁ ସଚେତନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe