ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ: ନୃତ୍ୟରେ ଶିବ ତାଣ୍ଡବ

Advertisment
ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ: ନୃତ୍ୟରେ ଶିବ ତାଣ୍ଡବ

ଭୁବନେଶ୍ବର,: ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଆନୁକୂଲ୍ୟରେ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ଥିଲା ତୃତୀୟ ସନ୍ଧ୍ୟା। କବିତା ଦ୍ବିବେଦୀ ‘ମୋହନ ବଂଶୀ...ଗୀତରେ ନୃତ୍ୟାଭିନୟ କରି ଦର୍ଶକଙ୍କୁ ବାନ୍ଧି ରଖିଥିଲେ। ପରେ ଶ୍ରଦ୍ଧାଞ୍ଜଳି ରାଉଳ ‘ମୁହାଁ ମୁହିଁ କିଶୋର..ଗୀତରେ ନୃତ୍ୟ ପରିବେଷଣ କରିଥିଲେ। ଭାରତୀ ମିଶ୍ର ନୃତ୍ୟରେ ଶିବ ତାଣ୍ଡବ ପ୍ରସ୍ତୁତ କରିଥିଲେ। ସୁରେନ୍ଦ୍ର ପ୍ରଧାନ, ସଂଜୀବ କୁମାର, ଭୂମିସୂତା ସାହୁ, ଅଭିପ୍‌ସା ଦ୍ବୈତ ନୃତ୍ୟ ଭେଟି ଦେଇଥିଲେ। ଦୀକ୍ଷା, ଅନନ୍ୟା, ଶୁଭଲକ୍ଷ୍ମୀ, ସିଦ୍ଧେଶ୍ବରଙ୍କ ସମେତ ବିଶ୍ବନାଥ ସଂଗୀତାଳୟର ଶିଳ୍ପୀମାନଙ୍କ ଦଳଗତ ନୃତ୍ୟ ଦେଖିବାକୁ ମିଳିଥିଲା।

କେରଳ ସରକାରଙ୍କ ଅର୍ଥମନ୍ତ୍ରୀ ଡ.ଥୋମାସ ଆଇଜାକ, ଗୁରୁ ସୁଧାକର ସାହୁ, ଗୁରୁ ଦୁର୍ଗାଚରଣ ରଣବୀର, ଭୁବନେଶ୍ବର ମ୍ୟୁଜିକ୍‌ ସର୍କଲ୍‌ର ସମ୍ପାଦକ କ୍ଷୀରୋଦ ପଟ୍ଟନାୟକ, ଚିନ୍ତା ଓ ଚେତନାର ମହାସଚିବ ସୁର ଦାସ, ସୃଜନର ନିର୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ.ସଂଗୀତା ଗୋସାଇଁ ଉପସ୍ଥିତ ଥିଲେ। ଡ.ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe