ଅନ୍ତର୍ଜାତୀୟ ପ୍ଲାଷ୍ଟିକ୍‌ ବ୍ୟାଗ୍‌ମୁକ୍ତ ଦିବସ

ଅନ୍ତର୍ଜାତୀୟ ପ୍ଲାଷ୍ଟିକ୍‌ ବ୍ୟାଗ୍‌ମୁକ୍ତ ଦିବସ

ଭୁବନେଶ୍ବର: ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନରେ ଥିବା ସେଣ୍ଟର ଫର୍‌ ଏନ୍‌ଭର୍‌ନମେଣ୍ଟାଲ୍‌ ଷ୍ଟଡିଜ୍‌(ସିଇଏସ୍‌) ପକ୍ଷରୁ ଚନ୍ଦ୍ରଶେଖରପୁର ବିଡିଏ କଲୋନିସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଓ ରସୁଲଗଡ଼ସ୍ଥିତ ଶ୍ରୀଅରବିନ୍ଦ ସ୍କୁଲ୍‌ ଅଫ୍‌ ଇଣ୍ଟିଗ୍ରାଲ୍‌ ଏଜୁକେସନ୍‌ରେ ଅନ୍ତର୍ଜାତୀୟ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ମୁକ୍ତ ଦିବସ ପାଳିତ ହୋଇଯାଇଛି। ସିଇଏସ୍‌ର ନିର୍ଦ୍ଦେଶକ ରାଜୀବ କୁମାର, କାର୍ଯ୍ୟକ୍ରମ ଅଧିକାରୀ ପ୍ରଭାତ ଦାଶ, ସୂଚନା ଅଧିକାରୀ ପ୍ରଶାନ୍ତ ନାୟକ, ପ୍ରୋଜେକ୍ଟ ଅଧିକାରୀ ସ୍ବାଗତିକା ମିଶ୍ର, ରାଜେଶ ମହନ୍ତ ଓ ଭରତ ଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସିଙ୍ଗିଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ ମତ ରଖିଥିଲେ। ଏହି ପ୍ଲାଷ୍ଟିକ୍‌ର ବହୁଳ ବ୍ୟବହାର ମୃତ୍ତିକା ଓ ବାୟୁ ପ୍ରଦୂଷଣର କାରଣ ବୋଲି ସେମାନେ କହିଥିଲେ।

ଉତ୍ତମ ଓ ସୁସ୍ଥ ପରିବେଶ ଗଠନ କରିବାକୁ ହେ‌ଲେ ଏହି ପ୍ଲାଷ୍ଟିକ୍ ବ୍ୟବହାର ବନ୍ଦ କରିବାକୁ ପଡ଼ିବ ବୋଲି ବକ୍ତାମାନେ କହିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ଯାଇ ସଚେତନ ପତ୍ର ବଣ୍ଟନ କରିଥିଲେ। ଶେଷରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe