ଆନ୍ତର୍ଜାତିକ କବିତା ମହୋତ୍ସବ-୨୦୧୮

ଆନ୍ତର୍ଜାତିକ କବିତା ମହୋତ୍ସବ-୨୦୧୮

ଭୁବନେଶ୍ୱର : ତ୍ରୈମାସିକ ଇଂରାଜି ସାହିତ୍ୟ ପତ୍ରିକା ‘ରକ୍‌ ପେବଲ୍‌ସ୍‌’ର ୩୧ତମ ବାର୍ଷିକ ଉତ୍ସବ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ପ୍ରଶାସକ ତଥା କବି ରତ୍ନାକର ରାଉତ ମୁଖ୍ୟଅତିଥି, ବିଶିଷ୍ଟ କବି ଜୟନ୍ତ ମହାପାତ୍ର, ପ୍ରକାଶକ ସୁର୍ଦଶନ କେଚେରୀ ଓ ପ୍ରଫେସର ପଞ୍ଚାନନ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପତ୍ରିକାର ଉପଦେଷ୍ଟା କୁଶ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ଉଦୟନାଥ ମାଝୀ ବିବରଣୀ ପାଠ କରିଥିଲେ। ମୃତ୍ୟୁଞ୍ଜୟ ରଥ ସ୍ୱାଗତ ଭାଷଣ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ନେପାଳର ତ୍ରିଭୁବନ ବିଶ୍ୱବିଦ୍ୟାଳୟର ପ୍ରଫେସର କବି କେଶବ ସିଗ୍‌ ଡେଲ୍‌, ଆମେରିକାର କବି ଡେନିସ୍‌ ଖ୍ରୀଷ୍ଟୋଫର ମେୟାର୍‌ ଏବଂ ଓଡ଼ିଶାର କବି ବିପିନ୍‌ ପାଟ୍ଟଶାଣୀଙ୍କୁ ରକ୍‌ ପେବଲ୍‌ସ୍‌ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ଅତିଥିମାନଙ୍କ ଦ୍ୱାରା କବି ସରୋଜ ପାଢ଼ୀ, କବି ରାଜେନ୍ଦ୍ର ପାଢ଼ୀ, ନମିତା ରାଣୀ ପଣ୍ଡା, ଭାରତୀ ନାୟକ, ବାସୁଦେବ ଚକ୍ରବର୍ତ୍ତୀ ଏବଂ ସ୍ୱପ୍ନା ବେହେରାଙ୍କ କବିତା ପୁସ୍ତକ ଲୋକାର୍ପଣ ହୋଇଥିଲା

ରକ୍‌ ପେବଲ୍‌ସ୍‌ ପକ୍ଷରୁ ‘ଆନ୍ତର୍ଜାତିକ କବିତା ମହୋତ୍ସବ-୨୦୧୮’ରେ ଉଭୟ ଓଡ଼ିଆ, ଇଂରାଜୀ ଏବଂ ହିନ୍ଦୀ ଭାଷାରେ କବିତା ପାଠୋତ୍ସବ କରାଯାଇଥିଲା। ଦେଶ ଓ ବିଦେଶରୁ ୧୨୦ ଜଣ କବି ସ୍ୱରଚିତ କବିତା ପାଠ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜୟନ୍ତ କର ଶର୍ମା, ମନୀଷା ଓ୍ଵାଙ୍ଖ୍‌ଡେ, ଶିବଶଙ୍କର ସିଂହ ଡାକୁର ପ୍ରମୁଖ ପରିଚାଳନା କରିଥିଲେ। କବି ହରେକୃଷ୍ଣ ମହାନ୍ତି, ଚିତ୍ତରଂଜନ ଭୋଇ, ସପନ ଜେନା ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe