ଅନ୍ତର୍ଜାତୀୟ ରେଡିଓ ମେଳା ୧୩ରୁ : ଖୋଲିବ ନିଜ ଦେଶ ଭାରତ ସହ ଆମେରିକା, ଜାପାନ୍ ଓ ବାଂଲାଦେଶର ରେଡିଓ ‌ଷ୍ଟେସନ୍ ଷ୍ଟଲ

ଅନ୍ତର୍ଜାତୀୟ ରେଡିଓ ମେଳା ୧୩ରୁ : ଖୋଲିବ ନିଜ ଦେଶ ଭାରତ ସହ ଆମେରିକା, ଜାପାନ୍ ଓ ବାଂଲାଦେଶର ରେଡିଓ ‌ଷ୍ଟେସନ୍ ଷ୍ଟଲ

Freepik

ଭୁବନେଶ୍ବର : ‘ବିଶ୍ବ ରେଡିଓ ଦିବସ’ ଅବସରରେ ଆଉଟରିଚ୍ ପକ୍ଷରୁ ‘ଷଷ୍ଠ ଅନ୍ତର୍ଜାତୀୟ ରେଡିଓ ମେଳା’ ଆସନ୍ତା ୧୩ ଓ ୧୪ ତାରିଖ ଦୁଇ ଦିନ ଧରି ଭଞ୍ଜ କଳାମଣ୍ଡପଠାରେ ଅନୁଷ୍ଠିତ ହେବ। ଭାରତ, ଜାପାନ୍, ଆମେରିକା ଓ ବାଂଲାଦେଶର ରେଡିଓ ‌ଷ୍ଟେସନ୍ ମଧ୍ୟ ଏଥିରେ ସାମିଲ ହେବେ। ଶହଶହ ସଂଖ୍ୟାରେ ନୂଆ ଓ ପୁରୁଣା ରେଡିଓ, ଗ୍ରାମଫୋନ ସହ ହାମ୍ ରେଡିଓ ପ୍ରଦର୍ଶନୀରେ ସାମିଲ ହେବେ। ବିଗ୍‌ ଏଫ୍‌ଏମ୍‌, ରେଡିଓ ଚକ୍‌ଲ‌େଟ, ତରଙ୍ଗ ଏଫ୍‌ଏମ୍‌, ରେଡିଓ ଭୁବେନଶ୍ବର, ରେଡିଓ ବ୍ରହ୍ମପୁତ୍ର (ଆସାମ) ସମେତ ବିଭିନ୍ନ ଭାରତୀୟ ରେଡିଓ ଚ୍ୟାନେଲ ମଧ୍ୟ ମେଳାରେ ନିଜର ଷ୍ଟଲ ଖୋଲିବେ। ଓଡ଼ିଶା ଇଂଜିନିୟର୍ସ ସର୍ଭିସ ଆସୋସିଏସନ୍‌ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି ଆଉଟ୍‌ରିଚର ମୁଖ୍ୟ ସୁବ୍ରତ କୁମାର ପତି।

ରେଡିଓ ମେଳା ଦେଖିବା ପାଇଁ ଦେଶ ବିଦେଶରୁ ଶହ ଶହ ରେଡିଓ ଶ୍ରୋତା ଭୁବେନଶ୍ବରରେ ପହଞ୍ଚିବେ। ବାଂଲାଦେଶ, ତ୍ରିପୁରା, ଆସାମ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ବିହାର, ମଧ୍ୟପ୍ରେଦଶ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ‌, ଦିଲ୍ଲୀରୁ ଅନେକ ଶ୍ରୋତା ଓ ରେଡିଓ ପ୍ରେମୀ ଏହି ମେଳା ଦେଖିବାକୁ ଭୁବେନଶ୍ବର ଆସିବେ। ଅନ୍ୟପଟେ ଏଥର ଆଉଟରିଚ୍ ଅନ୍ତର୍ଜାତୀୟ ରେଡିଓ ମେଳାରେ ସାମିଲ ହେବେ ବିଭିନ୍ନ ରାଜ୍ୟର ଲାଇେସନ୍ସପ୍ରାପ୍ତ ହାମ୍ ରେଡିଓ ଅପରେଟର। ଏହି ଅପେରଟରମାନେ ହାମ୍ ରେଡିଓ ସମେତ ଏମରେଜନ୍ସି ରେଡିଓର ପ୍ରଦର୍ଶନୀ ଆୟୋଜନ କରିବେ।

ରେଡିଓ ମେଳାର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଶହଶହ ସଂଖ୍ୟାରେ ପ୍ରଦର୍ଶିତ ହେଉଥିବା ପୁରୁଣା ରେଡିଓ। ବୋଲଗଡ଼ର ଅକ୍ଷୟ ପଟ୍ଟନାୟକ, ଭୁବେନଶ୍ବରର ସଂଜୀବ ମାନା, କଟକର କାଳୀପ୍ରସନ୍ନ ପଣ୍ଡା ଓ ସନ୍ତୋଷ ବିଶ୍ବାଳଙ୍କ ୪ ହଜାରରୁ ଅଧିକ ରେଡିଓ ଏଠାରେ ପ୍ରଦର୍ଶିତ ହେବ। ମେଳାର ଏକ ଷ୍ଟଲରେ ବି ହାତ ତିଆରି ରେଡିଓ ପ୍ରସ୍ତୁତ ହେବ। ଭୁବେନଶ୍ବରର ରାଜେନ୍ଦ୍ର ଓ ତାଙ୍କ ପତ୍ନୀ ଏହି ଷ୍ଟଲଟି ଖୋଲିବେ। ପ୍ରତିବର୍ଷ ପରି ଏଥର ମଧ୍ୟ ମେଳାରେ ଛାତ୍ରଛାତ୍ରୀଙ୍କ ପାଇଁ ସମ୍ବାଦ ପଠନ, ଆର୍‌ଜେଇଂ, ଫ୍ୟାସନ ସୋ, ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଆୟୋଜିତ ‌ହେବ। ରେଡିଓ ମେଳା ଅବସରରେ ୨୦୧୯ ମସିହା ପାଇଁ ଆର୍‌ଜେ କାର୍ତ୍ତିକଙ୍କୁ ଲୋକପ୍ରିୟ ରେଡିଓ ପ୍ରସାରକ, ପଶ୍ଚିମବଙ୍ଗର ସିଦ୍ଧାର୍ଥ ଭଟ୍ଟାଚାର୍ଯ୍ୟଙ୍କୁ ଶ୍ରେଷ୍ଠ ଶ୍ରୋତା ଓ ଆସାମର ରେଡିଓ ବ୍ରହ୍ମପୁତ୍ରକୁ ‘ଶ୍ରେଷ୍ଠ କମ୍ୟୁନିଟି ରେଡିଓ’ ସମ୍ମାନରେ ସମ୍ମାନିତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe