ଅନ୍ତର୍ଜାତୀୟ ରେଡିଓ ମେଳାରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା

Advertisment
୧୩ରୁ ଅନ୍ତର୍ଜାତୀୟ ରେଡିଓ ମେଳା, ମେଳାରେ ପ୍ରଦର୍ଶିତ ହେବ ୩ ହଜାର ରେଡିଓ, ଗ୍ରାମଫୋନ୍‌

ଭୁବନେଶ୍ୱର: ଆସନ୍ତା ମାସରେ ଭୁବନେଶ୍ୱରର ଭଂଜ କଳା ମଣ୍ଡପରେ ଆୟୋଜିତ ହେବ ଦେଶର ଏକମାତ୍ର ରେଡିଓ ମେଳା । ରେଡିଓର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରୁଥିବା ଆଉଟ୍‌ରିଚ୍‌ ସଂସ୍ଥାର ଏହି ମେଳାରେ ସ୍କୁଲ, କଲେଜ୍‌ ଓ ୟୁନିଭର୍ସିଟିର ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେବ । କଲେଜ୍‌ ଓ ୟୁନିଭର୍ସିଟି ଛାତ୍ରଛାତ୍ରୀମାନେ ରେଡିଓ ସମ୍ବାଦ ପାଠ, ଆର୍‌ଜେଇଂ, କୁଇଜ୍‌, ବିତର୍କ, ନୃତ୍ୟ, ସଙ୍ଗୀତ ଇତ୍ୟାଦି ବିଭାଗରେ ଭାଗ ନେଇ ପାରିବେ। ରେଡିଓ ସମ୍ବାଦ ପାଠ ପ୍ରତିଯୋଗିତା ପାଇଁ ଆୟୋଜକଙ୍କ ପକ୍ଷରୁ ସ୍କ୍ରିପ୍ଟ୍‌ ଯୋଗାଇ ଦିଆଯିବ। ଆର୍‌ଜେଇଂ ପ୍ରତିଯୋଗିତା ପାଇଁ ପ୍ରତିଯୋଗୀମାନେ ନିଜର ସ୍କ୍ରିପ୍ଟ୍‌ ଆଣିବେ। ସେହିପରି ସ୍କୁଲ ଛାତ୍ରଛାତ୍ରୀ କେବଳ ନୃତ୍ୟ ଓ ଗୀତ ପ୍ରତିଯୋଗିତାରେ ଭାଗ ନେବେ। ପ୍ରତିଯୋଗିତାର ଶ୍ରେଷ୍ଠ ୩ ପ୍ରତିଯୋଗୀଙ୍କୁ ଆଉଟ୍‌ରିଚ୍‌ ଆନ୍ତର୍ଜାତୀୟ ରେଡିଓ ମେଳାରେ ପୁରସ୍କୃତ କରାଯିବ। ପ୍ରତ୍ୟକ ବିଭାଗରେ ଅତି ବେଶିରେ ୫୦ ଜଣ ପ୍ରତିଯୋଗୀ ଭାଗ ନେଇ ପାରିବେ। ଏଥିପାଇଁ ଆଗୁଆ ପଞ୍ଜୀକରଣ କରିବାକୁ ପଡ଼ିବ । ଅଧିକ ସୂଚନା ପାଇଁ ଛାତ୍ରଛାତ୍ରୀମାନେ ୭୬୮୩୮୭୦୮୧୩ ନମ୍ବରରେ ଯୋଗାଯୋଗ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe