ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

Advertisment
ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ଭୁବନେଶ୍ୱର: ସଂପ୍ରତି ସମାଜରେ ବାର୍ଧକ୍ୟ ଅବସ୍ଥାରେ ବାପ-ମା’ମାନଙ୍କୁ ବୋଝ ବୋଲି ସେମାନଙ୍କ ପିଲାମାନେ ଭାବୁଛନ୍ତି। ବୃଦ୍ଧ ବାପା-ମା’ଙ୍କୁ ଅଲୋଡ଼ା ମନେ କରି ଜରାଶ୍ରମ କିମ୍ବା ରାସ୍ତାକଡ଼ରେ ଛାଡ଼ି ଦେଉଛନ୍ତି। ରାଜଧାନୀ ଭୁବନେଶ୍ୱରରେ ପୁଲିସ୍‌ ପିସିଆର ଭ୍ୟାନ୍‌ ଓ ୧୦୮ ଆମ୍ବୁଲାନ୍ସ ଅସହାୟ ଓ ଅସୁସ୍ଥ ଅବସ୍ଥାରେ ରାସ୍ତାକଡ଼ରୁ ବରିଷ୍ଠ ନାଗରିକମାନଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରୁଛନ୍ତି। ମାତ୍ର ସମସ୍ତେ ମନେ ରଖିବା ଉଚିତ୍‌ ବରିଷ୍ଠ ନାଗରିକମାନେ ହିଁ ଦେଶର ସମ୍ପତ୍ତି, ବୟସ୍କମାନେ ପରବର୍ତ୍ତୀ ପିଢ଼ି ପାଇଁ ମାର୍ଗ ଦେଖାଇଥାନ୍ତି। ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ସାମାଜିକ କର୍ମୀମାନେ ଏଭଳି ମତ ପ୍ରକାଶ କରିଛନ୍ତି। ବରିଷ୍ଠ ନାଗରିକମାନଙ୍କୁ ସମ୍ମାନ ଜଣାଇ ନୂଆଦିଲ୍ଲୀର ସାମାଜିକ ସଂଗଠନ ‘ଆଶ୍ରା’ ପକ୍ଷରୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇଡିଏଚ୍‌ ୱାର୍ଡରେ ଚିକିତ୍ସିତ ହେଉଥିବା ଅସହାୟ, ବରିଷ୍ଠ ନାଗରିକମାନଙ୍କୁ ବସ୍ତ୍ର, ଫଳ, ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ସାମାଜିକ କର୍ମର୍ୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମାଜିକ କର୍ମୀ ଭରତ ଚନ୍ଦ୍ର ସାହୁ, ସେଞ୍ଚୁରିୟାନ୍‌ ବ୍ଲଡ୍‌ ଡୋନର୍‌ ଗୋପୀମୋହନ ପଟ୍ଟନାୟକ, ପ୍ରିୟବ୍ରତ ପଣ୍ଡା, ଶ୍ରୀସତ୍ୟସାଇ ସେବାଦଳର ସୁବ୍ରତ ରାଉତ, ରବୀନ୍ଦ୍ର ନାଥ ସାହୁ, ନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବରିଷ୍ଠ ନାଗରିକମାନଙ୍କୁ ଭଲ ମନ୍ଦ ପଚାରି ବୁଝିବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe