ଅନ୍ତର୍ଜାତୀୟ କଳା ମହୋତ୍ସବ ଉଦ୍‌ଘାଟିତ

Advertisment
ଅନ୍ତର୍ଜାତୀୟ କଳା ମହୋତ୍ସବ ଉଦ୍‌ଘାଟିତ

ଧଉଳି: ଧଉଳି ଶାନ୍ତିସ୍ତୂପ ପାଦଦେଶରେ ଥିବା ଚାରୁକଳା ମହାବିଦ୍ୟାଳୟ ପରିସରରେ ଆଜି ଦ୍ବିତୀୟ ଅନ୍ତର୍ଜାତୀୟ କଳା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟବକ୍ତା ଭାବେ ଚିତ୍ରଶିଳ୍ପୀ ଜଗଦୀଶ କାନୁନଗୋ, ଧଉଳି ପଞ୍ଚାୟତର ସରପଞ୍ଚ ପୂର୍ଣ୍ଣିମା ସାହୁ, ପର୍ଯ୍ୟଟନ ଅଧିକାରୀ ଅଜୟ କୁମାର ରାଉତଙ୍କ ସମେତ ସମାଜସେବୀ ହରେକୃଷ୍ଣ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଜୀବନବ୍ୟାପୀ କଳାସାଧନ ପାଇଁ ଏହି କଳା ଶିକ୍ଷାନୁଷ୍ଠାନ ପକ୍ଷରୁ ବାଂଲାଦେଶର ଚିତ୍ରଶିଳ୍ପୀ ମହମ୍ମଦ କାମଳୁଦ୍ଦିନ ଏବଂ ଓଡ଼ିଶାରୁ ଶିଳ୍ପୀ ରାମହରି ଜେନାଙ୍କୁ ‘କଳାଶ୍ରୀ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଶିଶୁ ଚିତ୍ରଶିଳ୍ପୀମାନଙ୍କୁ ମଞ୍ଚାସୀନ ଅତିଥିମାନେ ପୁରସ୍କୃତ କରିଥିଲେ। ଅନ୍ୟ ଚିତ୍ରଶିଳ୍ପୀମାନଙ୍କ ମଧ୍ୟରେ ପ୍ରଦ୍ୟୁତ କୁମାର ଦାଶ, ଆଲପୋତଗିନ ତୁଷାର, ନେପାଳରୁ ଭୀମ ପ୍ରସାଦ ଶର୍ମା, ପ୍ରକାଶ ଥାପା, ନରବାହାଦୁର, ଆଫଗାନିସ୍ତାନରୁ ୟୁସୁଫ ଆସେଫି, ଇଣ୍ଡୋନେସିଆର ସୁଲେଷ୍ଟାଇଠ, କଟକରୁ ଗୌରାଙ୍ଗ ବାରିକ, ପ୍ରମୋଦ ମହାନ୍ତି, ବିଜୟ ପ୍ରଧାନଙ୍କ ସମେତ ଭୁବନେଶ୍ବରରୁ ପ୍ରିୟଦର୍ଶିନୀ ମହାନ୍ତି, ଜୟା ଜେନା, ଜୟଶ୍ରୀ ଜେନା, ମାନସ ରଂଜନ ଜେନା, ପରମେଶ୍ବର ମେହେର, ସୁଚିସ୍ମିତା ସାହୁ, ବିକ୍ରମ କେଶରୀ ରାଉତରାୟ, ଧାନବାଦରୁ କାର୍ତିକ କୁମାର ପ୍ରସାଦ, କଲିକତାରୁ ଅଭୟ କୁମାର ଘୋଷାଲ, ଜୟନ୍ତ ଖାନ୍‌, ତନ୍ମୟ ହାଜରା, ସୁମିତ ଦାଶ, ପ୍ରସନ୍ନଜିତ ଚାଟାର୍ଜୀ, ଦିଲ୍ଲୀରୁ ଉମେଶ ନାୟକ, ଭବାନୀପାଟଣାରୁ ଦୀନବନ୍ଧୁ ସାହୁ, ଦେବେନ୍ଦ୍ର ମହାରଣା, ଡ.ପି.ଏଏନ ପାଣ୍ଡେ, ସରୋଜ କୁମାର ମିଶ୍ର ପ୍ରମୁଖ ୩୫ଜଣ ଶିଳ୍ପୀ ଅଂଶଗ୍ରହଣ କରିଥିଲେ। ମହାବିଦ୍ୟାଳୟର କାର୍ଯ୍ୟକାରୀ ସଭାପତି ଡ. ହୃଷୀକେଶ ମିଶ୍ର ପୌରୋହିତ୍ୟ କରିଥିବା ବେଳେ ଅଧ୍ୟକ୍ଷ ପଞ୍ଚ‌ାନନ ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂପାଦକ ମିହିରକାନ୍ତ ପ୍ରହରାଜ ସଂପାଦକୀୟ ବିବରଣୀ ପାଠ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe