ବର୍ଲିନ୍‌ ଅନ୍ତର୍ଜାତୀୟ ଟ୍ରେଡ୍‌ ଫେୟାର୍‌ରେ ଅଂଶଗ୍ରହଣ କରିବ ଓଡ଼ିଶା ଟୁରିଜିମ୍‌

Advertisment
ବର୍ଲିନ୍‌ ଅନ୍ତର୍ଜାତୀୟ ଟ୍ରେଡ୍‌ ଫେୟାର୍‌ରେ ଅଂଶଗ୍ରହଣ କରିବ ଓଡ଼ିଶା ଟୁରିଜିମ୍‌

ଚନ୍ଦ୍ରଶେଖରପୁର : ଓଡ଼ିଶାରେ ରହିଥିବା ଅପାର ପର୍ଯ୍ୟଟନ ଶକ୍ତିକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିବା ପାଇଁ ମାର୍ଚ୍ଚ ୭ରେ ଜର୍ମାନୀର ରାଜଧାନୀ ବର୍ଲିନ୍‌ରେ ହେବାକୁ ଥିବା ଅନ୍ତର୍ଜାତୀୟ ଟ୍ରେଡ୍‌ ଫେୟାର୍‌ରେ ଓଡ଼ିଶା ଅଂଶଗ୍ରହଣ କରିବ। ସେହିଭଳି ଅହମ୍ମଦାବାଦ, ହାଇଦ୍ରାବାଦ, ମୁମ୍ବାଇ, ବାରାଣାସୀ, ବୋଧଗୟା ଓ ରାୟପୁର ଭଳି ଦେଶର ପ୍ରମୁଖ ସହରରେ ହେବାକୁ ଥିବା ବିଟୁବି ମିଟିଂରେ ମଧ୍ୟ ଓଡ଼ିଶା ଅଂଶଗ୍ରହଣ କରିବାନେଇ ଟୁରିଷ୍ଟ ଅଧିକାରୀ ଆର୍‌ କେ ପଟ୍ଟନାୟକ ସୂଚନା ଦେଇଛନ୍ତି। ରାଜ୍ୟରେ ନୂଆ କରି ଆରମ୍ଭ ହୋଇଥିବା ପକ୍ଷୀ ମେଳା ଭଳି ବିଭିନ୍ନ ଅଭିନବ ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱ ଦରବାରେ ଉପସ୍ଥାପିତ କରାଯିବ। ଆଜି ହୋଟେଲ ସ୍ୱସ୍ତି ପ୍ରିମିୟମ୍‌ରେ ଆନ୍ତର୍ଜାତିକ ଭ୍ରମଣ ସମ୍ପାଦିକା ତଥା ଲେଖିକା ଆଲେନ ଡୋବି ଓଡ଼ିଶା ଭ୍ରମଣ ଅବସରରେ ତାଙ୍କ ଅନୁଭୂତି ରଖିଥିଲେ। ଏହି ଅବସରରେ ଓଡ଼ିଶାରେ ରହିଥିବା ଅପାର ପର୍ଯ୍ୟଟନ ସୁଯୋଗ ବିଷୟରେ ଆଲେନ ବର୍ଣ୍ଣନା କରିଥିଲେ। ଆଲେନଙ୍କ ସର୍ଜନ ସ୍ୱାମୀ ଗ୍ରାହାମ୍‌ ଡୋବି ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe