ସପୋର୍ଟ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ

ସପୋର୍ଟ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ

ଭୁବନେଶ୍ବର: ‘ସପୋର୍ଟ’ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ‘ମହିଳା ଉଦ୍ୟୋଗୀ ସୃଷ୍ଟି’ ଶୀର୍ଷକ ଏକ ଆଲୋଚନାଚକ୍ରରେ ଶିଳ୍ପଦ୍ୟୋଗୀ ତାଲିମ ପ୍ରତିଷ୍ଠାନର ବରିଷ୍ଠ ପରାମର୍ଶଦାତା ଅମର ମହାପାତ୍ର, ଅଶୋକ ମିଶ୍ର, ସୁବ୍ରତ ପଟ୍ଟନାୟକ, ଶିଳ୍ପଦ୍ୟୋଗୀ ସଂଧ୍ୟା ପଟ୍ଟନାୟକ, ସମାଜସେବୀ ଅନ୍ନପୂର୍ଣ୍ଣା ଦାଶ ପ୍ରମୁଖ ଭାଗ ନେଇ ମତ ରଖିଥିଲେ।

ସପୋର୍ଟର ସଭାପତି ପ୍ରଦୋଷ ପଟ୍ଟନାୟକ, ଉପସଭାପତି ସଂଜୀବ ସାହୁ, ମୁଖ୍ୟ ଉପଦେଷ୍ଟା ସଞ୍ଜୟ ଲାଠ, ଫାଲଗୁନି ସାହୁ, ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ସପୋର୍ଟର ସମ୍ପାଦିକା ଅନୁପମା ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ପୂର୍ବ ଆୟୋଜିତ ପ୍ରତିଯୋଗିତାର କୃତୀ ପେତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe