ଏଆଇପିଏଚ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ଆନ୍ତର୍ଜାତିକ କର୍ମଶାଳା

ଏଆଇପିଏଚ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ଆନ୍ତର୍ଜାତିକ କର୍ମଶାଳା

ଭୁବନେଶ୍ୱର: ଏଆଇପିଏଚ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ଆମେରିକାର ଜର୍ଜଟାଉନ୍ ବିଶ୍ବବିଦ୍ୟାଳୟ ଓ ଇଣ୍ଡିଆନ୍ ଏକାଡେମି ଅଫ୍ ପେଡିଆଟ୍ରିକ୍ସ୍-ଓଡ଼ିଶା ସହଯୋଗରେ ଆଜି ୟୁନିଟ-୬ ସ୍ଥିତ ଆଇଏମଏ ହାଉସ୍ ପ୍ରେକ୍ଷାଳୟରେ ଆନ୍ତର୍ଜାତିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଷ୍ଟଣ୍ଟିଂ ଆଣ୍ଡ ଗଟ୍‌ ଡିସଫଙ୍କସନ ବିଷୟବସ୍ତୁ ଉପରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ପିଲାମାନଙ୍କ ଅପପୁଷ୍ଟି ହେଲେ କିମ୍ବା ଉଚିତ୍ ପରିମାଣର ଭିଟାମିନ ଯୁକ୍ତ ଖାଦ୍ୟ ନ ଖାଇଲେ ସେମାନଙ୍କ ଉଚ୍ଚତା ଠିକ୍ ଭାବେ ବିକଶିତ ହୋଇ ପାରିନଥାଏ। ଏହାର ନିରାକରଣ ବାବଦରେ ପ୍ରଥମ ଅଧିବେଶନରେ ଆଲୋଚନା କରାଯାଇଥିଲା।

ପରେ ଖାଦ୍ୟନଳୀ ସଂକ୍ରମଣ ବାବଦରେ ଦ୍ବିତୀୟ ଅଧିବେଶନରେ ଆଲୋଚନା କରାଯାଇଥଲା। ଆଲୋଚନାରେ ଦେଶ ତଥା ଅନ୍ତର୍ଜାତୀୟସ୍ତରର ବହୁ ଡାକ୍ତର ଯୋଗ ଦେଇ ମତବ୍ୟକ୍ତ କରିଥିଲେ। କର୍ମଶାଳାକୁ ମୁଖ୍ୟ ଅତିଥି ଭାବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଡାକ୍ତର ରାମରମଣ ମହାନ୍ତି ଉଦ୍‌ଘାଟନ କରିଥିଲେ। ଏଆଇପିଏଚ୍ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଏ.ପି ଦାସ ସ୍ୱାଗତ ଭାଷଣ ଦେଇଥିଲେ। ଏହି କର୍ମଶାଳାରେ ବିଶ୍ବବିଦ୍ୟାଳୟର କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe