‘ଓଡ଼ିଶା ଏକ୍ସପ୍ରେସ୍‌’କୁ ଆନ୍ତର୍ଜାତିକ ଯୋଗ ଦିବସ ମିଡିଆ ସମ୍ମାନ

Advertisment
‘ଓଡ଼ିଶା ଏକ୍ସପ୍ରେସ୍‌’କୁ ଆନ୍ତର୍ଜାତିକ ଯୋଗ ଦିବସ ମିଡିଆ ସମ୍ମାନ

The Media Ant

ଭୁବନେଶ୍ବର: ଦୈନିକ ଓଡ଼ିଆ ସମ୍ବାଦପତ୍ର ‘ଓଡ଼ିଶା ଏକ୍ସପ୍ରେସ୍‌’ ଆନ୍ତର୍ଜାତିକ ଯୋଗ ଦିବସ ମିଡିଆ ସମ୍ମାନ ପାଇଁ ମନୋନୀତ ହୋଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରିଣ୍ଟ ମିଡିଆ ବର୍ଗରେ ‘ଓଡ଼ିଶା ଏକ୍ସପ୍ରେସ୍‌’କୁ ଏହି ପୁରସ୍କାର ନିମନ୍ତେ ଚୟନ କରାଯାଇଛି। ଆସନ୍ତା ୭ ତାରିଖରେ ଦିଲ୍ଲୀର ରାଇସିନା ରୋଡ୍‌ସ୍ଥିତ ନ୍ୟାସ୍‌ନାଲ୍‌ ମିଡିଆ ସେଣ୍ଟର୍‌ରେ ଅନୁଷ୍ଠିତ ହେବାକୁ ଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଓଡ଼ିଶା ଏକ୍ସପ୍ରେସ୍‌ର କାର୍ଯ୍ୟନିର୍ବାହୀ ସମ୍ପାଦକ ଅମ୍ବିକା ପ୍ରସାଦ ଦାସଙ୍କୁ ସମ୍ମାନ ପ୍ରଦାନ କରିବେ ବୋଲି ସୂଚନା ମିଳିଛି। ଏହି ମର୍ଯ୍ୟାଦାଜନକ ସମ୍ମାନ ମିଳିଥିବାରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଶଂସା କରିବା ସହ ଯୋଗକୁ ଲୋକପ୍ରିୟ କରିବା ପାଇଁ ଖବରକାଗଜର ନିଷ୍ଠାପର ଉଦ୍ୟମ ଜାରି ରହିବ ବୋଲି ଆଶାପ୍ରକଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe