ସାଇ ଇଣ୍ଟରନ୍ୟାସନାଲ୍‌ରେ ଇଣ୍ଟର୍ନସିପ୍‌ କାର୍ଯ୍ୟକ୍ରମ

Advertisment
ସାଇ ଇଣ୍ଟରନ୍ୟାସନାଲ୍‌ରେ ଇଣ୍ଟର୍ନସିପ୍‌ କାର୍ଯ୍ୟକ୍ରମ

ଭୁବନେଶ୍ବର: ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଓ ସାଇ ଇଣ୍ଟରନ୍ୟାସନାଲ୍‌ ରେସିଡେନ୍ସିଆଲ୍ ସ୍କୁଲ୍‌ର ଛାତ୍ରଛାତ୍ରୀଙ୍କୁ ନେଇ ବିଦ୍ୟାଳୟସ୍ତରୀୟ ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ୧୦ ଦିନିଆ କାର୍ଯ୍ୟକ୍ରମରେ ୯ମରୁ ଦ୍ୱାଦଶ ଶ୍ରେଣୀର ୧୦୩ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ନାଇଜର୍‌, ୟୁନିସେଫ୍‌, ସ୍ପାର୍କ, ବାଟୋଇ, ଆଇଏଲ୍‌ଏସ୍‌, ଆଇସର୍ଭୟୁ, ୟୋଭନ୍ତ, ପେକକ୍‌, ବ୍ୟାଙ୍ଗଲ୍ୟାବ୍‌ସ ପରି ଦେଶର ଅଗ୍ରଣୀ ସଂସ୍ଥାଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ପସନ୍ଦ ଅନୁସାରେ ପ୍ରୋଜେକ୍ଟ ପ୍ରଦାନ କରାଯାଇଛି।

ପ୍ରଯୁକ୍ତିବିଦ୍ୟା, ବିଜ୍ଞାପନ, ଫାଇନାନ୍ସ, ମାର୍କେଟିଙ୍ଗ୍‌, ପ୍ରଶାସନ, ବିଜ୍ଞାନ ଶିକ୍ଷା ଗବେଷଣା, ଫ୍ୟାସନ୍‌ ଡିଜାଇନିଙ୍ଗ୍‌, କ୍ରିଏଟିଭ୍ ଡିଜାଇନ୍ କ୍ଷେତ୍ରରେ ସେମାନେ ଶିକ୍ଷା ଲାଭ କରିପାରିବେ। ସାଇ ଇଣ୍ଟରନ୍ୟାସନାଲ୍‌ ଚେୟାରପର୍ସନ ଶିଳ୍ପୀ ସାହୁ କହିଛନ୍ତି ଯେ ବିଦ୍ୟାଳୟସ୍ତରୀୟ ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ଆତ୍ମବିଶ୍ୱାସୀ କରିବା ସହ ଭବିଷ୍ୟତର ଜଣେ ଦକ୍ଷ ଲିଡର ଗଢ଼ିବାରେ ସହାୟକ ହେବ। ଏଥିସହ ଛାତ୍ରଛାତ୍ରୀ କର୍ପୋରେଟ୍ ଢାଞ୍ଚାରେ ଦଳଗତ କାର୍ଯ୍ୟ ଶିଖିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe