ମେଧା ନାୟକଙ୍କ ଇଣ୍ଟିମେଣ୍ଟ୍‌ ରିକଲେକସନ୍ସ୍‌ ପ୍ରଦର୍ଶନୀ ଉଦ୍‌ଘାଟିତ

Advertisment
ମେଧା ନାୟକଙ୍କ ଇଣ୍ଟିମେଣ୍ଟ୍‌ ରିକଲେକସନ୍ସ୍‌ ପ୍ରଦର୍ଶନୀ ଉଦ୍‌ଘାଟିତ

ଭୁବନେଶ୍ୱର : ଯୁବ ଚିତ୍ର ଶିଳ୍ପୀ ମେଧା ନାୟକଙ୍କ ପ୍ରଥମ ଏକକଚିତ୍ର ପ୍ରଦର୍ଶନୀ ଓଡ଼ିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରି ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ବାଲେଶ୍ୱରର ଝିଅ ମେଧା ତାଙ୍କ ପିଲାଦିନେ ବୁଲିଥିବା ନିଜ ଅଞ୍ଚଳର ପ୍ରାକୃତିକ ପରିବେଶ ସହ ଦିଲ୍ଲୀରେ ପାଠ ପଢ଼ୁଥିବା ସମୟରେ ଅନୁଭବ କରିଥିବା ସହରର ଚାକଚକ୍ୟକୁ ବେଶ୍‌ ନିଖୁଣ ଭାବେ ତୂଳୀ ଜରିଆରେ ଉତାରିଛନ୍ତି। ଗାଁର ରାସ୍ତାକଡ଼, ଧାନ ବିଲ, ପୁରୁଣା ଘର, ଝରକା, କବାଟ ଆଦି ସହ ଦିଲ୍ଲୀରେ ପାଠ ପଢ଼ୁଥିବା ବେଳେ ନିଜ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ , ହଷ୍ଟେଲ ଆଦିର ସ୍ମୃତିକୁ ନେଇ ମେଧାଙ୍କ ୪୫ରୁ ଅଧିକ ଚିତ୍ର ପ୍ରଦର୍ଶନୀରେ ସ୍ଥାନିତ ହୋଇଛି। ମେଧା କହନ୍ତି, ଚିତ୍ର ମାଧ୍ୟରେ ସାମାଜିକ ସଚେତନତା ନୁହେଁ, ଆଜିକାଲିର ବ୍ୟସ୍ତବହୁଳ ଲୋକଙ୍କ ଜୀବନରେ ମୁଁ ରଙ୍ଗ ଭରିବାକୁ ଚାହେ। ଏହି ପ୍ରଦର୍ଶନକୁ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ଏବଂ ଯୋଜନା ବୋର୍ଡ ଉପଦେଷ୍ଟା ରବିନାରାୟଣ ଦାସ ଉଦ୍‌ଘାଟନ କରିଥିଲେ। ଆସନ୍ତା ୧୪ତାରିଖରେ ଏହି ପ୍ରଦର୍ଶନୀ ଉଦ୍‌ଯାପିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe