ଭୁବନେଶ୍ବର: ନୂଆପଲ୍ଲୀ ନାରାୟଣ ଇ-ଟେକ୍ନୋ ବିଦ୍ୟାଳୟର ଅଳଙ୍କରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସିଆର୍ପିଏଫ୍ର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ୍ ଶିବ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତଦାନରେ ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ଦାୟିତ୍ବ ସମ୍ପର୍କରେ ବୁଝାଇଥିଲେ। ଛାତ୍ରଛାତ୍ରୀ ଭବିଷ୍ୟତର ଦେଶ ନିର୍ମାତା ବୋଲି ହୃଦୟଙ୍ଗମ କରିଥିଲେ।
ବିଦ୍ୟାଳୟର ଅଧ୍ୟକ୍ଷା ଟି. ଶ୍ରୀଦେବୀ ଛାତ୍ରଛାତ୍ରୀଙ୍କୁ କର୍ତ୍ତବ୍ୟ ଓ ଶୃଙ୍ଖଳା ଜ୍ଞାନ ସମ୍ପର୍କରେ ଅବଗତ କରାଇଥିଲେ। ଶିକ୍ଷୟିତ୍ରୀ ପଲ୍ଲବୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
Follow Us