ପୁଞ୍ଜିନିବେଶ ଦୁର୍ନୀତି ୩୦ ହଜାର ଲୋକଙ୍କଠାରୁ ୧,୫୦୦ କୋଟି ଠକେଇ

Advertisment

ଗୃହ ମନ୍ତ୍ରାଳୟର ସାଇବର ଶାଖାର ଏକ ରିପୋର୍ଟ ଅନୁଯାୟୀ, ଗତ ୬ ମାସ ମଧ୍ୟରେ ପ୍ରମୁଖ ସହରଗୁଡ଼ିକରେ ୩୦,୦୦୦ରୁ ଅଧିକ ଲୋକ ‘ପୁଞ୍ଜିନିବେଶ ଦୁର୍ନୀତି’ର ଶିକାର ହୋଇଛନ୍ତି....

ଗୃହ ମନ୍ତ୍ରାଳୟର ସାଇବର ଶାଖାର ଏକ ରିପୋର୍ଟ ଅନୁଯାୟୀ, ଗତ ୬ ମାସ ମଧ୍ୟରେ ପ୍ରମୁଖ ସହରଗୁଡ଼ିକରେ ୩୦,୦୦୦ରୁ ଅଧିକ ଲୋକ ‘ପୁଞ୍ଜିନିବେଶ ଦୁର୍ନୀତି’ର ଶିକାର ହୋଇଛନ୍ତି....

Untitled-15

ବେଙ୍ଗାଲୁରୁ: ଗୃହ ମନ୍ତ୍ରାଳୟର ସାଇବର ଶାଖାର ଏକ ରିପୋର୍ଟ ଅନୁଯାୟୀ, ଗତ ୬ ମାସ ମଧ୍ୟରେ ପ୍ରମୁଖ ସହରଗୁଡ଼ିକରେ ୩୦,୦୦୦ରୁ ଅଧିକ ଲୋକ ‘ପୁଞ୍ଜିନିବେଶ ଦୁର୍ନୀତି’ର ଶିକାର ହୋଇଛନ୍ତି, ଯାହାଫଳରେ ୧,୫୦୦ କୋଟିରୁ ଅଧିକ ଟଙ୍କାର ଆର୍ଥିକ କ୍ଷତି ହୋଇଛି। ଟାର୍ଗେଟ୍‌ କରାଯାଇଥିବା ଅଧିକାଂଶ ବ୍ୟକ୍ତିଙ୍କ ବୟସ ୩୦ରୁ ୬୦ ବର୍ଷ ମଧ୍ୟରେ ଥିବା ବେଳେ ବେଙ୍ଗାଲୁରୁ, ଦିଲ୍ଲୀ-ଏନ୍‌ସିଆର୍‌ ଓ ହାଇଦ୍ରାବାଦରେ ପ୍ରାୟ ୬୫ ପ୍ରତିଶତ ମାମଲା ରହିଛି।

ଇଣ୍ଡିଆନ୍ ସାଇବର କ୍ରାଇମ୍ ସମନ୍ବୟ ସେଣ୍ଟର (ଆଇ୪ସି) ଦ୍ୱାରା ପ୍ରକାଶିତ ରିପୋର୍ଟରେ ବେଙ୍ଗାଲୁରୁକୁ ସର୍ବାଧିକ ଆର୍ଥିକ କ୍ଷତି ହୋଇଥିବା ସହର ଭାବରେ ଚିହ୍ନଟ କରାଯାଇଛି, ଯାହା ସମୁଦାୟ କ୍ଷତିର ପ୍ରାୟ ଏକ ଚତୁର୍ଥାଂଶ (୨୬.୩୮ ପ୍ରତିଶତ)କୁ ପ୍ରତିନିଧିତ୍ୱ କରୁଛି। 

ପ୍ରଭାବିତ ହୋଇଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ (୭୬%ରୁ ଅଧିକ)କାର୍ଯ୍ୟରତ ବୟସର (୩୦ ରୁ ୬୦) ହୋଇଥିବା ବେଳେ ବରିଷ୍ଠ ନାଗରିକମାନଙ୍କୁ ମଧ୍ୟ ଟାର୍ଗେଟ୍ କରାଯାଇଛି। ୬୦ ବର୍ଷରୁ ଅଧିକ ବୟସର ପ୍ରାୟ ୨,୮୨୯ ଜଣ (୮.୬୨ ପ୍ରତିଶତ) ଲୋକ ଅଛନ୍ତି। ପ୍ରତି ପୀଡିତଙ୍କ ହାରାହାରି କ୍ଷତି ପ୍ରାୟ ୫.୩୮ ଲକ୍ଷ ଟଙ୍କା। ବିଶେଷ କରି ଦିଲ୍ଲୀରେ ମୁଣ୍ଡପିଛା ସର୍ବାଧିକ କ୍ଷତି ଘଟିଛି, ଯେଉଁଥିରେ ପୀଡିତମାନେ ହାରାହାରି ୮ ଲକ୍ଷ ଟଙ୍କା କ୍ଷତି ସହିଛନ୍ତି। ସାଇବର ଅପରାଧୀମାନେ ଏହି ସ୍କାମ୍‌ କରିବା ପାଇଁ ବିଭିନ୍ନ ଡିଜିଟାଲ୍ ଚ୍ୟାନେଲ ବ୍ୟବହାର କରନ୍ତି, ଯେଉଁଥିରେ ମେସେଜିଂ ଆପ୍ ଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ରିପୋର୍ଟରେ ଦର୍ଶାଯାଇଛି ଯେ ଟେଲିଗ୍ରାମ୍ ଓ ହ୍ୱାଟ୍ସଆପ୍ ପରି ମେସେଜିଂ ଆପ୍ ମିଳିତ ଭାବରେ ସମସ୍ତ ମାମଲାର ପ୍ରାୟ ୨୦ ପ୍ରତିଶତ ଅଟେ। କିନ୍ତୁ ଲିଙ୍କଡ୍‌ଇନ୍ ଓ ଟ୍ୱିଟର ପରି ଆନୁଷ୍ଠାନିକ ବୃତ୍ତିଗତ ନେଟ୍‌ୱର୍କଗୁଡିକ କ୍ୱଚିତ୍ ବ୍ୟବହୃତ ହୁଏ, ଯାହା ମାତ୍ର ୦.୩୧ ପ୍ରତିଶତ ଘଟଣା ପାଇଁ ଦାୟୀ। ଏହା ପରିବର୍ତ୍ତେ, ଅପରାଧୀମାନେ ସେମାନଙ୍କ କାର୍ଯ୍ୟ ପାଇଁ ଅନୌପଚାରିକ ଓ ପ୍ରତ୍ୟକ୍ଷ ମେସେଜିଂ ଚ୍ୟାନେଲକୁ ପସନ୍ଦ କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe