ଆଜି ଖୋଲିବ ଇସ୍କନ୍ ମନ୍ଦିର

Advertisment
ଆଜି ଖୋଲିବ ଇସ୍କନ୍ ମନ୍ଦିର

ଭୁବନେଶ୍ବର : ଆଜିଠାରୁ ନୂଆପଲ୍ଲୀସ୍ଥିତ ଇସ୍କନ୍‌ ମନ୍ଦିର ଖୋଲିବ। କରୋନା ପାଇଁ ଦୀର୍ଘ ୯ ମାସରୁ ଊର୍ଦ୍ଧ୍ବ ସମୟ ଧରି ଧର୍ମାନୁଷ୍ଠାନ ବନ୍ଦ ରହିବା ପରେ ଗତ ୩ ତାରିଖରୁ ରାଜଧାନୀରେ ମନ୍ଦିରଗୁଡ଼ିକୁ ଖୋଲିବା ପାଇଁ ବିଏମ୍‌ସି ଅନୁମତି ଦେଇଥିଲା। ତେବେ ସରକାରଙ୍କ କୋଭିଡ୍‌ ନିୟମ ପାଳନ ପାଇଁ ସମସ୍ତ ଭିତ୍ତିଭୂମି ପ୍ରସ୍ତୁତ କରିବା ପରେ ଆସନ୍ତାକାଲି ମନ୍ଦିର ଖୋଲିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ଭୁବନେଶ୍ବର ଇସ୍କନ୍‌ର କୋ-ପ୍ରେସିଡେଣ୍ଟ ଉପେନ୍ଦ୍ର ମିଶ୍ର ଦାଶଙ୍କ କହିବାନୁଯାୟୀ, ଆସନ୍ତାକାଲି ଶ୍ରଦ୍ଧାଳୁଙ୍କ ପାଇଁ ୪ଟି ପର୍ଯ୍ୟାୟରେ ମନ୍ଦିର ଖୋଲା ରହିବ। ପ୍ରଥମ ପର୍ଯ୍ୟାୟରେ ୯ଟା ୪୫ରୁ ୧୧ଟା ୧୫ ଯାଏ, ଦ୍ବିତୀୟ ପର୍ଯ୍ୟାୟ ୪ଟା ୧୫ରୁ ୫ଟା ୪୫, ତୃତୀୟ ପର୍ଯ୍ୟାୟରେ ୭ଟାରୁ ୭ଟା ୪୫ ଓ ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ରାତି ୮ଟା ୧୦ରୁ ୮ଟା ୨୫ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଶ୍ରୀ ମିଶ୍ର କହିଛନ୍ତି। କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ ପୂର୍ବକ ଦର୍ଶକଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe