ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାକୁ ନେଇ ଅସନ୍ତୋଷ: ‘ତମର ଆଳୁ, ହଳଦୀ ପାଣି, ଆମର ବାଡ଼ିଆ ଡାଲ୍‌ମା’

Advertisment
ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାକୁ ନେଇ ଅସନ୍ତୋଷ: ‘ତମର ଆଳୁ, ହଳଦୀ ପାଣି, ଆମର ବାଡ଼ିଆ ଡାଲ୍‌ମା’

ବାଲିପାଟଣା: ‘ତମର ଆଳୁ, ହଳଦୀ ପାଣି, ଆମର ବାଡ଼ିଆ ଡାଲ୍‌ମା।’ ପ୍ରାଥମିକ ବିଦ୍ୟାଳୟର ଛୋଟ ପିଲାଙ୍କ ଚିଡ଼ାଚିଡ଼ି, କଳି ଝଗଡ଼ାରେ ବହୁଳ ପ୍ରଚଳିତ ଏହି କଥାଟି ଏବେ ବାଲିପାଟଣା ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ। ବାଲିଅନ୍ତା ବ୍ଲକ୍‌ର ନୂଆସାହି ପ୍ରାଥମିକ ବିଦ୍ୟାଳୟ ଓ ମହୁଖଣ୍ଡା ପ୍ରାଥମିକ ବିଦ୍ୟାଳୟଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ବାଲିପାଟଣା ବ୍ଲକ୍‌ର ଗିରିଙ୍ଗ ପ୍ରାଥମିକ ବିଦ୍ୟାଳୟ। ପଢ଼ିବାକୁ ଯିବା ଓ ଘରକୁ ଫେରିବା ବେଳେ ଏହି ତିନି ବିଦ୍ୟାଳୟର ପିଲା ବାଟରେ ଭେଟାଭେଟି ହେବା ଏକ ନିତିଦିନିଆ ଘଟଣା। ବାଲିଅନ୍ତା ବ୍ଲକ୍‌ର ପିଲାମାନେ ବାଲିପାଟଣା ପିଲାଙ୍କୁ ଚିଡ଼ାଇବାକୁ ଯାଇ ଏଭଳି କହୁଥିବା ବେଶ୍ ରୋଚକ ଆଲୋଚନାର ବିଷୟବସ୍ତୁ ହୋଇଛି। କିନ୍ତୁ ଏହି ପ୍ରସଙ୍ଗକୁ ନେଇ ବାଲିପାଟଣା ବ୍ଲକ୍‌ ଅଭିଭାବକମାନେ ବିଦ୍ୟାଳୟରେ ଚାଲିଥିବା ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବାଲିଅନ୍ତାରେ ମଧ୍ୟାହ୍ନ ଭୋଜନ ଯୋଗାଉଥିବା ଘରୋଇ ସଂସ୍ଥା ଭଳି ବାଲିପାଟଣାରେ କରିବାକୁ ଦାବି ହୋଇଛି।

ବାଲିପାଟଣାର ଅଭିଭାବକମାନଙ୍କ ଅଭିଯୋଗ ଯେ ବାଲିଅନ୍ତା ବ୍ଲକ୍‌ରେ ଅକ୍ଷୟ ପାତ୍ର ଫାଉଣ୍ଡେସନ ପକ୍ଷରୁ ସବୁ ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି। ଡାଲ୍‌ମାଠାରୁ ଆରମ୍ଭ କରି ପନିର୍‌ ମିକ୍ସ ତରକାରୀ ଭଲ ଦିଆଯାଉଛି। ମାତ୍ର ବାଲିପାଟଣାରେ ବିଦ୍ୟାଳୟଗୁଡ଼ିକରେ ରନ୍ଧା ଖାଦ୍ୟ ଦିଆଯାଉଛି। ଏହା ବେଶ୍ ନିମ୍ନମାନର ବୋଲି ସେମାନେ ଅଭିଯୋଗ କରୁଛନ୍ତି। ସମ୍ପ୍ରତି ଦରଦାମ୍‌ ବୃଦ୍ଧି ଯୋଗୁ ଏହି ରନ୍ଧା ଖାଦ୍ୟ ଆହୁରି କଦର୍ଯ୍ୟ ହୋଇପଡ଼ୁଛି ବୋଲି ସେମାନେ କହିଛନ୍ତି। ସରକାର ଗୋଟିଏ ପିଲା ପିଛା ୫ ଟଙ୍କା ୯୦ ପଇସା ଦେଉଛନ୍ତି। ସୋମବାର, ଗୁରୁବାର ଭାତ ସାଙ୍ଗକୁ ଡାଲ୍‌ମା, ମଙ୍ଗଳବାର ଓ ଶୁକ୍ରବାର ସୋୟାବିନ୍‌ ତରକାରୀ ଏବଂ ବୁଧବାର, ଶନିବାର ଅଣ୍ଡା ଝୋଳ ଦିଆଯାଉଛି। ଏବେ ଅଣ୍ଡା, ସୋୟାବିନ୍‌, ଡାଲି, ପରିବା, ତେଲ ମସଲା ସବୁର ଦାମ ବଢ଼ିଛି। ସେଥିରେ ପୁଣି ଜାଳେଣି କିଣା ଅଛି। ତେଣୁ ସ୍ବାଭାବିକ ଭାବେ ନିମ୍ନମାନର ଖାଦ୍ୟ ପ୍ରସ୍ତୁତ ହେଉଛି। କେବଳ ସେତିକି ନୁହେଁ ମଧ୍ୟାହ୍ନ ଭୋଜନ ରନ୍ଧା କାର୍ଯ୍ୟ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହେଉଥିବାରୁ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ଫଳରେ ଏହି ବ୍ଲକ୍‌ର ପ୍ରାୟ ୧୦ ହଜାର ପିଲା ଭଲ ମଧ୍ୟାହ୍ନ ଭୋଜନ ପାଇବାରୁ ବଞ୍ଚିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe