ଡାକଘରୁ ଆର୍‌ସି ବୁକ୍‌ ଫେରିଯିବା ପ୍ରସଙ୍ଗ: ଡାକ ବିଭାଗର ତଦନ୍ତ ଆରମ୍ଭ

Advertisment

ଠିକଣାରେ ମୋବାଇଲ ନମ୍ବର ଲେଖିବା ବାଧ୍ୟତାମୂଳକ ନୁହେଁ: ଆର୍‌ଟିଓ

ଠିକଣାରେ ମୋବାଇଲ ନମ୍ବର ଲେଖିବା ବାଧ୍ୟତାମୂଳକ ନୁହେଁ: ଆର୍‌ଟିଓ

ଡାକଘରୁ ଆର୍‌ସି ବୁକ୍‌ ଫେରିଯିବା ପ୍ରସଙ୍ଗ: ଡାକ ବିଭାଗର ତଦନ୍ତ ଆରମ୍ଭ

ଭୁବନେଶ୍ୱର : ଡାକଘରୁ ଫେରି ଯାଉଛି ଗାଡ଼ିର ରେଜିଷ୍ଟ୍ରେସନ୍‌ ସାର୍ଟିଫିକେଟ୍‌(ଆର୍‌ସି ବୁକ୍‌)। ବିଭାଗୀୟ କର୍ମଚାରୀଙ୍କ ମନମାନି ଯୋଗୁଁ ତଣ୍ଡ ଗଣୁଛନ୍ତି ଗାଡ଼ି ମାଲିକ। ଏଭଳି ପ୍ରସଙ୍ଗରେ ‘ସମ୍ବାଦ’ ଖବର ପ୍ରକାଶ ପାଇବା ସହ ଜଣେ ସ୍ଥାନୀୟ ବାସିନ୍ଦା ଡାକ ସୁପରିନ୍‌ଟେଣ୍ଡେଣ୍ଟଙ୍କୁ ଅଭିଯୋଗ ହେବା ପରେ ବିଭାଗ ତଦନ୍ତ ଆରମ୍ଭ କରିଛି। ତଦନ୍ତକାରୀ ଦଳ ଆଜି ଅଭିଯୋଗକାରୀଙ୍କ ଘରକୁ ଯାଇ ଠିକଣା ଯାଞ୍ଚ କରିବା ସହ ବୁଦ୍ଧେଶ୍ବରୀ କଲୋନି ପୋଷ୍ଟ ଅଫିସ୍‌ରେ ତନାଘନା କରିଛନ୍ତି। ପ୍ରା‌ଥମିକ ତଦନ୍ତରୁ ଠିକଣା ଠିକ୍‌ ଥିବା ସ୍ପଷ୍ଟ ହୋଇଛି। ତେଣୁ କାହିଁକି ଚିଠି ଦିଆଗଲା ନାହିଁ, ସେନେଇ ଏବେ ଡାକବିଭାଗ ତଦନ୍ତ ଆରମ୍ଭ କରିଛି। ଏଥିପାଇଁ କିଏ ଦାୟୀ? କାହା ଅବହେଳା ପାଇଁ ଡାକ ବିଭାଗ ବଦ୍‌ନାମ ହୋଇଛି, ତାକୁ ଖୁବ୍‌ଶୀଘ୍ର ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।

ଏଭଳି ଅବହେଳାକୁ ବିଭାଗ ଗୁରୁତ୍ବର ସହ ନେଇଛି। ଠିକଣା ଠିକ୍‌ ଥିଲେ କୌଣସି ପରିସ୍ଥିତିରେ ଚିଠି ଫେରିବ ନାହିଁ ବୋଲି ଡାକ ବିଭାଗ ନିର୍ଦ୍ଦେଶକ ସମସ୍ତ ଡିଭିଜନ୍‌ ମୁଖିଆଙ୍କୁ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି। ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ଆଗକୁ ଯେଭଳି ଏଭଳି ଅଭିଯୋଗ ନ ଆସେ, ସେଥିପ୍ରତି ସମସ୍ତ ଅଧିକାରୀ ନଜର ରଖିବାକୁ କହିଛନ୍ତି। ଏଭଳି ଅଭିଯୋଗ ଫଳରେ ଦେଶର ସର୍ବପୁରାତନ ତଥା ବିଶ୍ବାସଯୋଗ୍ୟ ସଂସ୍ଥା ବଦ୍‌ନାମ ହେଉଛି। ବିଭାଗର ବିଶ୍ବସନୀୟତା ବଜାୟ ରଖିବା ପାଇଁ ଏଭଳି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ କଡ଼ା ନଜର ରଖିବା ଆବଶ୍ୟକ ବୋଲି ସମସ୍ତ ଅଧିକାରୀଙ୍କୁ ଚେତାଇ ଦିଆଯାଇଛି।

ଅପରପକ୍ଷେ ଡାକ କର୍ମଚାରୀ ଅଭିଯୋଗ କରିଛନ୍ତି ଯେ ଠିକଣାରେ ମୋବାଇଲ ନମ୍ବର ଲେଖିଲେ ଡେଲିଭରି ଦେବା ସହଜ ହେବ। କିନ୍ତୁ ଆର୍‌ଟିଓରୁ ଆସୁଥିବା ପାର୍ସଲରେ ମୋବାଇଲ ନମ୍ବର ଲେଖାଯାଉ ନାହିଁ। ଏହାର ପ୍ରତ୍ୟୁତ୍ତରରେ ଆର୍‌ଟିଓ ପକ୍ଷରୁ କୁହାଯାଇଛି ଯେ ମୋବାଇଲ ନମ୍ବର ଲେଖିବା ବାଧ୍ୟତାମୂଳକ ନୁହେଁ। ଖାଲି ଠିକଣାରେ କ’ଣ ଚିଠି ଯାଏ ନାହିଁ ବୋଲି ଆରଟିଓ ଓଲଟା ପ୍ରଶ୍ନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ନୂଆ ଗାଡ଼ି କିଣିଲେ ଗାଡ଼ିର ଆର୍‌ସି ବୁକ୍‌ ଆର୍‌ଟିଓ ଡାକ ଦ୍ବାରା ଗାଡ଼ି ମାଲିକଙ୍କ ପାଖକୁ ପଠାଇବା ବ୍ୟବସ୍ଥା ହୋଇଛି। ହେଲେ ଡାକରେ ଏହି ଆର୍‌ସି ବୁକ୍‌ ଯିବା ପରେ ଏହାକୁ ମାଲିକକୁ ଦିଆ ନଯାଇ ଠିକଣା ମିଳିଲାନି ଦର୍ଶାଇ ଆର୍‌ଟିଓକୁ ଫେରାଇ ଦିଆଯାଉଛି। ଏପରି ହଜାର ହଜାର ପାର୍ସଲ ଡାକ ଅଫିସ୍‌ରୁ ଫେରି ଆର୍‌ଟିଓରେ ଗଦା ହୋଇ ରହିଛି। ଫଳରେ ଗାଡ଼ି ମାଲିକ ଏହାକୁ ଡାକରେ ନେବା ପାଇଁ ପୁଣିଥରେ ଆର୍‌ଟିଓ ଅଫିସ୍‌ରେ ଜରିମାନା ଦେଉଛି। ଏଭଳି ଗଦାଗଦା ଅଭିଯୋଗ ଆସିବା ସମ୍ବାଦ ପକ୍ଷରୁ ଗତ ୧୯ ତାରିଖରେ ଏକ ଅନୁସନ୍ଧାନମୂଳକ ରିପୋର୍ଟ ‘ଡାକ କର୍ମଚାରୀଙ୍କ ମନମାନି: ତଣ୍ଡ ଗଣୁଛନ୍ତି ଗାଡ଼ି ମାଲିକ’ ଶୀର୍ଷକରେ ପ୍ରକାଶ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe