ବଡ଼ଗଡ଼ କେନାଲ କଲୋନିରେ ଡ୍ରେନେଜ କାର୍ଯ୍ୟ ପ୍ରସଙ୍ଗ: ୪ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ବିଏମ୍‌ସିକୁ ନିର୍ଦ୍ଦେଶ

ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ : ଭୁବନେଶ୍ବର ବଡ଼ଗଡ଼ କେନାଲ କଲୋନିରେ ଡ୍ରେନେଜ କାର୍ଯ୍ୟ ପ୍ରସଙ୍ଗରେ ଚାରି ସପ୍ତାହ ଭିତରେ ସତ୍ୟପାଠ ଦାଖଲ ପାଇଁ ବିଏମସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରସ୍ତାବିତ ଡ୍ରେନେଜ ନିର୍ମାଣ କାର୍ଯ୍ୟ ପ୍ରସଙ୍ଗରେ ଜବାବରେ ସବିଶେଷ ତଥ୍ୟ ଦେବାକୁ ବିଏମସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦାଖଲ କରାଯିବାକୁ ଥିବା ଜବାବ ଉପରେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଆବେଦନକାରୀ ଚାହିଁଲେ ପ୍ରତିଜବାବ ଦାଖଲ କରି ପାରିବେ ବୋଲି ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ପୁରୁଷୋତ୍ତମ ବଳ ଓ ଅନ୍ୟ ୮ଜଣଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୨୨କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ବଡ଼ଗଡ଼ କଲୋନି ଅଞ୍ଚଳରେ ଜଳ ନିଷ୍କାସନ ସମସ୍ୟା, ସ୍ବେରେଜ ଓ ଡ୍ରେନେଜ ପ୍ରସଙ୍ଗକୁ ନେଇ ୨୦୧୬ରେ ହାଇକୋର୍ଟରେ ୯ଜଣ ସ୍ଥାନୀୟ ବାସିନ୍ଦା ଏହି ମାମଲା ରୁଜୁ କରିଥିଲେ। ଡ୍ରେନେଜ ନିର୍ମାଣ ଓ ଏହାର ରକ୍ଷଣାବେକ୍ଷଣ କାର୍ଯ୍ୟ ବିଏମସିର ବୋଲି ଜଳ ସଂପଦ ବିଭାଗ ପକ୍ଷରୁ ଦର୍ଶାଯିବା ପରେ ବିଏମସି ନିକଟରୁ ହାଇକୋର୍ଟ ଜବାବ ତଲବ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦୟାନିଧି ମହାନ୍ତି, ଅସିତ କୁମାର ଜେନା ଓ ତ୍ରୈଲୋକ୍ୟନାଥ ଚୌଧୁରୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe