ଡାକ ଜରିଆରେ ଏତଲା, ୩ ମାସ ପରେ ଥାନାରେ ପହଞ୍ଚିଲା

Advertisment
କମିସନରେଟ୍‌ ଜୋନ୍‌-୫: ପ୍ରତି ଥାନାରେ ଜଣେ ଏସିପି

Commissionerate Police

ଭୁବନେଶ୍ବର: ସ୍ବାମୀଙ୍କ ପ୍ରେମିକା ବିଚ୍‌ ରାସ୍ତାରେ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା। ସେଠାରେ ସ୍ବାମୀ ଉପସ୍ଥିତ ଥିଲେ ମଧ୍ୟ ପାଟି ଫିଟାଇଲେ ନାହିଁ। କିନ୍ତୁ ସେହି ରାସ୍ତ‌ାରେ ଯାଉଥିବା ଅନ୍ୟମାନେ ମହିଳାଙ୍କ ସପକ୍ଷରେ ବାହାରିବାରୁ ସେ ବର୍ତ୍ତି ଯାଇଥିଲେ। କିନ୍ତୁ ପ୍ରେମିକା ସେଠାରୁ ଚମ୍ପଟ ମାରିଥିଲା। ଘଟଣାଟି ଗତ ଏପ୍ରିଲ ମାସରେ ନୂଆପଲ୍ଲୀ ଥାନା ଅଞ୍ଚଳରେ ଘଟିଥିଲା। ମହିଳା ଜଣକ ନୂଆପଲ୍ଲୀ ଥାନାକୁ ଯାଇନପାରି ଡାକ ଯୋଗେ ଏତଲା ପଠାଇଥିଲେ। ଏପ୍ରିଲ୍‌ ମାସର ଡାକ ଗତ ୩୦ ତାରିଖରେ ନୂଆପଲ୍ଲୀ ଥାନାରେ ପହଞ୍ଚିଲା। ପ୍ରାୟ ୪ ମାସ ପରେ ଡାକ ବିଭାଗ ମହିଳାଙ୍କ ଏତଲାକୁ ଥାନାରେ ପହଞ୍ଚାଇଛି। ପୁଲିସ ଏତଲା ପାଇବା ପରେ ମାମଲା ରୁଜୁ କରିବା ସହ ତଦନ୍ତ କରିବାକୁ ଉଦ୍ୟମ ଆରମ୍ଭ କରିଛି। ଏତେ ବିଳମ୍ବରେ ଅଭିଯୋଗ ପହଞ୍ଚିଥିବାରୁ ପୁଲିସ ତଦନ୍ତକୁ ନେଇ ଅଡ଼ୁଆରେ ପଡ଼ିଥିବା ଜଣାପଡ଼ିଛି।

ଖବର ଅନୁସାରେ ପ୍ରାୟ ୮ ବର୍ଷ ପୂର୍ବେ ବିବାହ କରିଥିବା ଜିତେନ୍ଦ୍ର ପ୍ରଧାନ ଓ ରୋଜାଲିନ୍ ପ୍ରଧାନ ପୋଖରୀପୁଟସ୍ଥିତ କୋକିଳ ଏନ୍‌କ୍ଲେଭ୍‌ରେ ରହୁଛନ୍ତି। ଜିତେନ୍ଦ୍ର ଜାଗମରାସ୍ଥିତ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ବେଳେ ଜଣେ ମହିଳାଙ୍କ ପ୍ରେମରେ ପଡ଼ିଥିଲେ। ଜିତେନ୍ଦ୍ରଙ୍କ ପରକୀୟା ପ୍ରୀତି କଥା ଜାଣିବା ପରେ ରୋଜାଲିନ୍ ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ। ମହିଳା ଥାନା ପୁଲିସ ସେମାନଙ୍କ ମଧ୍ୟରେ ଆପୋସ ବୁଝାମଣା କରାଇଥିଲା। କିନ୍ତୁ ଗତ ଏପ୍ରିଲ ମାସରେ ଜିତେନ୍ଦ୍ର ଓ ତାଙ୍କ ପ୍ରେମିକା ନୂଆପଲ୍ଲୀ ଅଞ୍ଚଳରେ ବୁଲୁଥିବା ବେଳେ ରୋଜାଲିନ୍‌ଙ୍କ ହାବୁଡ଼ରେ ପଡ଼ିଥିଲେ। ରୋଜାଲିନ୍‌ ତାଙ୍କ ସ୍ବାମୀ ଜିତେନ୍ଦ୍ରଙ୍କୁ ଏନେଇ ପଚାରିବାରୁ ପ୍ରେମିକା ଜଣକ ରାଗି ଯାଇ ତାଙ୍କୁ ମାଡ଼ ମାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe