୨୦ରୁ ଆଇଟି କନକ୍ଲେଭ୍‌

Advertisment

ଯୋଗଦେବେ ଦେଶ ବିଦେଶର ଆଇଟି ବିଶେଷଜ୍ଞ

ଯୋଗଦେବେ ଦେଶ ବିଦେଶର ଆଇଟି ବିଶେଷଜ୍ଞ

୨୦ରୁ ଆଇଟି କନକ୍ଲେଭ୍‌

ଭୁବନେଶ୍ୱର : ଆଇଟି ଆସୋସିଏସନ୍‌ ଅଫ୍‌ ଓଡ଼ିଶା (ଆଇଟିଏଓ) ପକ୍ଷରୁ ଚଳିତ ମାସ ୨୦ ତାରିଖରୁ ଆଇଟି କନ୍‌କ୍ଲେଭ୍‌ ‘ସ୍ମାର୍ଟ ସିଟି ସ୍ମାର୍ଟ ଲିଙ୍କ୍‌’୨୦୧୮ ହୋଟେଲ ସ୍ୱସ୍ତିଠାରେ ଅନୁଷ୍ଠିତ ହେବ। ପ୍ରମୁଖ ଆଇଟି କ୍ଷେତ୍ର ଏବଂ ସ୍ମାର୍ଟ ସିଟି ଭୁବନେଶ୍ୱରର କର୍ତୃପକ୍ଷଙ୍କ ମଧ୍ୟରେ ଉତ୍ତମ ସମନ୍ଵୟ ରଖିବା ପାଇଁ ସମ୍ମିଳନୀରେ ଗୁରୁତ୍ୱ ଦିଆଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି।

ହୋଟେଲ୍‌ ଶୀତଲଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ସୌଭାଗ୍ୟ ରାଉତରାୟ କହିଛନ୍ତି, ଓଡ଼ିଶାର ବିଭିନ୍ନ ଆଇଟି କମ୍ପାନିର ଅଧିକାରୀ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀଙ୍କ ସମେତ ଦେଶ ବିଦେଶରୁ ଆଇଟି କମ୍ପାନିର ଅଧିକାରୀ, ବିଶେଷଜ୍ଞଙ୍କ ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନର ଆଇଟି ବିଶେଷଜ୍ଞମାନେ ଯୋଗ ଦେବେ। କନ୍‌କ୍ଲେଭରେ ଆଇଟି କମ୍ପାନିଗୁଡ଼ିକ ସେମାନଙ୍କର ଉତ୍ପାଦ ପ୍ରଦର୍ଶନ କରବେ। ଶ୍ରେଷ୍ଠ ଉତ୍ପାଦ ପ୍ରଦର୍ଶନକାରୀଙ୍କୁ ପୁରସ୍କୃତ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe