Advertisment

ମାସେ ହେଲା ୟୁନିଟ୍‌-୮ ନୀଳଶଇଳ କ୍ଲବ୍‌ ରାସ୍ତା ବନ୍ଦ

Advertisment

ଭଗ୍ନ ଅବସ୍ଥାରେ କଲଭର୍ଟ, ଭାରୀଯାନ ଯିବା ଆସିବା କରିବା ଯୋଗୁଁ ଭାଙ୍ଗିଛି ରାସ୍ତା

ଭଗ୍ନ ଅବସ୍ଥାରେ କଲଭର୍ଟ, ଭାରୀଯାନ ଯିବା ଆସିବା କରିବା ଯୋଗୁଁ ଭାଙ୍ଗିଛି ରାସ୍ତା

ମାସେ ହେଲା ୟୁନିଟ୍‌-୮ ନୀଳଶଇଳ କ୍ଲବ୍‌ ରାସ୍ତା ବନ୍ଦ

ଭୁବନେଶ୍ବର: ମାସେ ହେଲାଣି ବିଏମ୍‌ସି ୪୭ ନମ୍ବର ୱାର୍ଡ ଅନ୍ତର୍ଗତ ୟୁନିଟ୍‌-୮ ନୀଳଶଇଳ କ୍ଲବ ରାସ୍ତା ବନ୍ଦ ହୋଇପଡ଼ିଛି। କଲଭର୍ଟ ଭାଙ୍ଗି ଯାଇଥିବାରୁ ଏହି ରାସ୍ତାରେ ଯାତାୟାତ ପୂରା ଠପ୍‌ ହୋଇଯାଇଛି। ଫଳରେ ଉକ୍ତ ଲେନ୍‌ର ଶତାଧିକ ପରିବାର ଏବେ ଯାତାୟାତ ପାଇଁ ହନ୍ତସନ୍ତ ହେଉଛନ୍ତି। ଦିନ ବେଳା ସେମାନେ ବୁଲିବୁଲି ଅନ୍ୟ ଲେନ୍‌ ଦେଇ ଯା’ଆସ କରୁଥିବା ବେଳେ ରାତିରେ ଅଧିକ ସମସ୍ୟାରେ ପଡ଼ୁଛନ୍ତି। ବିଶେଷକରି ମହିଳା, ଛାତ୍ରୀ ଓ ବରିଷ୍ଠ ନାଗରିକମାନେ ଏଥିପାଇଁ ଅଧିକ ଯନ୍ତ୍ରଣା ଭୋଗୁଛନ୍ତି। ଏନେଇ ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ ବି କିଛି ସୁଫଳ ମିଳିନାହିଁ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଏକ ସରକାରୀ ବିଲ୍‌ଡିଂ କାମ ନେଇଥିବା ଠିକା ସଂସ୍ଥା ଏହି ଲେନ୍‌ରେ ଭାରୀଯାନ ଦ୍ବାରା ବାଲି, ଚିପ୍‌ସ, ସିମେଣ୍ଟ, ରଡ୍‌ ଓ ଇଟା ଆଦି ନିର୍ମାଣ ସାମ୍ରଗୀ ପରିବହନ କଲା। ଲେନ୍‌ ରାସ୍ତାରେ ଭାରୀଯାନ ଚଳାଚଳ ନିୟମ ନଥିବା ବେଳେ ସରକାରୀ କାମ ବୋଲି ଠିକା ସଂସ୍ଥା ମନମାନି କରି ୧୦ଚକିଆ ହାଇୱା ଭଳି ଭାରୀଯାନ ଚଳାଚଳ କଲା। ଫଳରେ ଏହି ରାସ୍ତାରେ ଥିବା କଲଭର୍ଟ ଭାଙ୍ଗିଗଲା। ଏନେଇ ସ୍ଥାନୀୟ ଲୋକେ ପ୍ରତିବାଦ କରି ହୋ-ହଲ୍ଲା କରିବାରୁ ଠିକାସଂସ୍ଥା ତୁରନ୍ତ କଲଭର୍ଟ ମରାମତି କରିବ ବୋଲି ପ୍ରତିଶ୍ରୁତି ଦେଲା। ମାତ୍ର ଏ ଭିତରେ ମାସେ ବିତି ଗଲାଣି। କଲଭର୍ଟ ସେମିତି ଭଗ୍ନ ଅବସ୍ଥାରେ ମେଲା ହୋଇପଡ଼ିଛି ଏବଂ ଲୋକେ ହନ୍ତସନ୍ତ ହେଉଛନ୍ତି। ଏନେଇ କର୍ପୋ‌ରେଟର୍‌ ସସ୍ମିତା ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଠିକାଦାରଙ୍କୁ ତାଗିଦ୍‌ କରିବା ପରେ ସେ ମରାମତି କରିବେ ବୋଲି କହିଛନ୍ତି। ତେବେ ରାସ୍ତାଟି ପୂର୍ତ୍ତ ବିଭାଗ ଅଧୀନରେ ଥିବାରୁ ବିଭାଗୀୟ ଯନ୍ତ୍ରୀ ନକ୍ସା ଦେବା ପରେ କାମ ଆରମ୍ଭ ହେବ। ଠିକାଦାର ବି ନକ୍ସା ପାଇ ସାରିଛନ୍ତି। ଏହି ରାସ୍ତା ମରାମତି କରିବା ପାଇଁ ପୂର୍ତ୍ତ ବିଭାଗଠାରୁ ଠିକାଦାର ନକ୍ସା ଆଣିଛନ୍ତି। ତେଣୁ ରାସ୍ତା ତୁରନ୍ତ ମରାମତି କରିବା ପାଇଁ ଠିକାଦାରଙ୍କୁ କୁହାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe