ଭୁବନେଶ୍ବର: ସିଆରପି ଛକ ନିକଟରେ ‘ଆଇଟି ରୋଜ୍ କମ୍ପ୍ୟୁଟର୍ ଟ୍ରେନିଂ ସେଣ୍ଟର’ ଆଜି ଉଦ୍ଘାଟିତ ହୋଇଯାଇଛି। ଅନୁଷ୍ଠାନର ମୁଖ୍ୟ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କମ୍ପ୍ୟୁଟର ଟ୍ରେନିଂ ସେଣ୍ଟରକୁ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବିଜେଡି ନେତା ସୁବାସ ପାତ୍ର, ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଉପାଧ୍ୟକ୍ଷ ଗୟାଧର ପରିଡ଼ା, ଶିଶିର ସାହୁ, ପୂର୍ବତନ କର୍ପୋରେଟର୍ ନିଖିଳ ବଳବନ୍ତରାୟ, ସମାଜସେବୀ ନମିତା ପାଳ ଓ ସମୀର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠାନର ଆଶିଷ ପରିଜା ଓ ଦେବାଶିଷ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଆଇଟି ରୋଜ୍ ଉଦ୍ଘାଟିତ
Advertisment
Follow Us