ଡିଏଲ୍‌ଆର କର୍ମଚାରୀଙ୍କୁ ବଦଳି କରିବାକୁ ଲାଗିଗଲା ୪ ବର୍ଷ

Advertisment
ସବୁ ୱାର୍ଡରେ ଆମିଷ ହାଟ ପାଇଁ ମେୟରଙ୍କୁ ଚିଠି

ଭୁବନେଶ୍ବର : ଜଣେ ଡିଏଲ୍‌ଆର କର୍ମଚାରୀଙ୍କୁ ବଦଳି କରିବାକୁ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ କାଠିକର ପାଠ ହୋଇଛି। ୪ ବର୍ଷ ତଳେ ବଦଳି ଆଦେଶ ହୋଇଥିଲେ ମଧ୍ୟ ସେ ତାହାକୁ ମାନିନଥିଲେ। ଏବେ ପୁଣି ଥରେ ଆଦେଶ ହୋଇଛି। ୨୪ ଘଣ୍ଟା ଭିତରେ ନୂଆ ବିଭାଗ‌ରେ ଯୋଗ ଦେବାକୁ ନି‌ର୍ଦ୍ଦେଶ ଦିଆଯିବା‌ ସହ ତୁରନ୍ତ ତାଙ୍କୁ ପୁରୁଣା ବିଭାଗରୁ ରିଲିଭ୍‌ କରିଦିଆଯାଇଛି। କିନ୍ତୁ ସଂପୃକ୍ତ କର୍ମଚାରୀ ନୂଆ ବିଭାଗରେ ଯୋଗ ନ ଦେଇ ଛୁଟିରେ ଚାଲିଯାଇଛନ୍ତି।

ସମ୍ପୃକ୍ତ କର୍ମଚାରୀ(ଡିଏଲ୍‌ଆର) ହେଉଛନ୍ତି ପ୍ରତାପ କୁମାର ବରାଡ଼। ସେ ଉତ୍ତର ଜୋନ୍‌ କାର୍ଯ୍ୟାଳୟରେ କାମ କରୁଥିଲେ। ୨୦୧୮ ନଭେମ୍ବର ୩ରେ ତତ୍‌କାଳୀନ ବିଏମ୍‌ସି କମିସନର ତାଙ୍କୁ ରାଜସ୍ବ, ଜମିଜମା ଓ ପ୍ରବର୍ତ୍ତନ ଉପବିଭାଗକୁ ବଦଳି କରିଥିଲେ। ତାଙ୍କ ଜାଗାକୁ ୱାର୍କସ୍‌ ସେକ୍ସନରୁ ଦଧିବାମନ ସ୍ବାଇଁଙ୍କୁ ଅଣା ଯାଇଥିଲା। ହେଲେ ଶ୍ରୀ ବରାଡ଼ ନୂଆ ଜାଗାକୁ ଯାଇନଥିଲେ। ଏଣୁ ତାଙ୍କ ଜାଗାକୁ ଆସିବାକୁ ଥିବା କର୍ମଚାରୀ ମଧ୍ୟ ଆସି ନଥିଲେ। ଏଭଳି ୪ ବର୍ଷ ରହିବା ପରେ ବର୍ତ୍ତମାନର ଅତିରିକ୍ତ କମିସନର ଏହାକୁ ଗୁରୁତ୍ବର ସହ ନେଇଛନ୍ତି। ତାଙ୍କ ବଦଳି ରାଜସ୍ବ, ଜମିଜମା ଓ ପ୍ରବର୍ତ୍ତନ ଉପବିଭାଗକୁ ବଦଳି ହୋଇଛି। ତାଙ୍କ ଜାଗାକୁ ବା ଉତ୍ତର ଜୋନ୍‌କୁ ଇଞ୍ଜିନିୟରିଂ ସେକ୍ସନ ଡିଭିଜନ୍‌-୨ରୁ ସୁଚନ୍ଦ୍ର କୁମାର ନାୟକ(ସିନିୟର ଆସିଷ୍ଟାଣ୍ଟ)ଙ୍କୁ ଅଣାଯାଇଛି।

ସୂଚନାଯୋଗ୍ୟ, କିଛି ଉପବିଭାଗରେ ୧୦ ବର୍ଷରୁ ଊର୍ଦ୍ଧ୍ବ କାଳ ଧରି ୩୦ କର୍ମଚାରୀ ବସି ରହିଛନ୍ତି। କେତେକଙ୍କର ବଦଳି ହୋଇଥିଲେ ମଧ୍ୟ ଉପରିସ୍ଥ ଅଧିକାରୀମାନେ ତାଙ୍କୁ ଛାଡ଼ୁ ନାହାନ୍ତି। ଇଞ୍ଜିନିୟରିଂ ସେକ୍ସନରେ ଏଭଳି କର୍ମଚାରୀଙ୍କ ସଂ‌ଖ୍ୟା ଅଧିକ ରହିଛି। ଅଡିଟ୍‌ ଟିମ୍‌ ମଧ୍ୟ ଏହି ବିଭାଗ କୋଟିକୋଟି ଟଙ୍କାର ହେରଫେର ଉପରେ ପ୍ରତିବର୍ଷ ଅଡିଟ୍‌ରେ ପ୍ରଶ୍ନ ଉଠାଇଛନ୍ତି। କର୍ମଚାରୀମାନେ ଫାଇଲ୍‌ ରଖିଛନ୍ତି। ହେଲେ ଅଧିକାରୀଙ୍କୁ ଦେଉ ନାହାନ୍ତି। ମାମଲା ଲୋକାୟୁକ୍ତରେ ପହଞ୍ଚିଲାଣି, କିନ୍ତୁ ବିଏମ୍‌ସି କାର୍ଯ୍ୟାନୁଷ୍ଠାନ ନେଇପାରୁନି। କର୍ମଚାରୀଙ୍କର ଏଭଳି ମନମାନିକୁ ନେଇ ବିଏମ୍‌ସି ଚର୍ଚ୍ଚାରେ ରହିଥିବା ବେଳେ ଏହି ଡିଏଲ୍‌ଆର କର୍ମଚାରୀଙ୍କ କାରନାମାକୁ ନେଇ ବିଏମ୍‌ସି ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଭଳି କର୍ମଚାରୀଙ୍କ ମୁଣ୍ଡ ଉପରେ ଅଧିକାରୀମାନଙ୍କର ପ୍ରଚ୍ଛନ୍ନ ହାତ ରହିଛି। କିଚକ ବାହୁ ବଳେ ବିରାଟ ରାଜା ଉପାଖ୍ୟାନ ଭଳି ପ୍ରଚ୍ଛଦପଟ୍ଟରେ ରହି ଉପରିସ୍ଥ ଅଧିକାରୀମାନେ ଏହି ତଳିଆ କର୍ମଚାରୀଙ୍କୁ ପରିଚାଳନା କରୁଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe