ଇଟିକିଲି ମିଟିକିଲି ପକ୍ଷରୁ ‘ଆବେଗ ଅନୁରାଗ’

Advertisment
ଇଟିକିଲି ମିଟିକିଲି ପକ୍ଷରୁ ‘ଆବେଗ ଅନୁରାଗ’

ଭୁବନେଶ୍ୱର: ମାଣିକ ଆଲୋ ଆଲୋ ମାଣିକ..., ଗଜଲ୍‌ ଗଜଲ୍‌..., ତୁ କିତ୍‌ନି ଅଚ୍ଛି ହୈ.., କୋରା କାଗଜ୍‌.., ଗୋରେ ରଙ୍ଗ୍‌ ପେ ଇତ୍‌ନି ଗୁମାନ୍‌ ନା କର୍‌... ଭଳି ହିନ୍ଦୀ ଓଡ଼ିଆ ଗୀତର ଏକ ସୁନ୍ଦର ଆସର ଜମିଥିଲା ଜୟଦେବ ଭବନ ପ୍ରେକ୍ଷାଳୟରେ। କୁନି କୁନି କଣ୍ଠଶିଳ୍ପୀମାନେ ଯୁଗଳବନ୍ଦୀରେ ପରିବେଷଣ କରିଥିବା ଏହି ଚିତ୍ତାକର୍ଷକ ସଙ୍ଗୀତ ସବୁ ଶୀତୁଆ ସଂଧ୍ୟାକୁ ଆହୁରି ରୋମାଞ୍ଚିତ କରିଥିଲା। ଅବସର ଥିଲା ‘ଇଟିକିଲି ମିଟିକିଲି’ ପକ୍ଷରୁ ଶିଶୁ-କଲ୍ୟାଣ ପାଣ୍ଠି ସଂଗ୍ରହ ନିମନ୍ତେ ଆୟୋଜିତ ସଙ୍ଗୀତ କାର୍ଯ୍ୟକ୍ରମ ‘ଆବେଗ ଅନୁରାଗ’ର। କାର୍ଯ୍ୟକ୍ରମରେ ତନୁଶ୍ରୀ, ଶାଶ୍ୱତୀ ନାରାୟଣୀ, ଆକାଂକ୍ଷା, ଦିବ୍ୟାନୀ, ଶୁଭ୍ରାଂଶୁ, ଆଦିତ୍ୟ, ସନ୍ତୋଷ ସାତ୍ୟକ ଓ ମନୀଷ କୁମାର ପ୍ରମୁଖ ୨୪ ଜଣ ଶିଶୁ କଣ୍ଠଶିଳ୍ପୀ ସଙ୍ଗୀତ ପରିବେଷଣ କରିଥିଲେ।

କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ମୁଖ୍ୟଅତିଥି ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ଦାଶ ବେନହୁର ଓ ସଚିବ ଶରତ କୁମାର ନାୟକ ଏଥିରେ ଉପସ୍ଥିତ ରହି ଶିଶୁ-କଲ୍ୟାଣ ପାଣ୍ଠି ଗଠନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ ଓ ଗୀତରେ ଗୀତରେ ବଦାନ୍ୟତାର ମହତ୍ୱ ପ୍ରତିପାଦନ କରୁଥିବା ଶିଶୁ କଣ୍ଠଶିଳ୍ପୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ଶହେ ଜଣ ଗରିବ ଛାତ୍ରଛାତ୍ରୀଙ୍କୁ ‘ଇଟିକିଲି ମିଟିକିଲି ଶିଶୁ କଲ୍ୟାଣ ପାଣ୍ଠି’ ତରଫରୁ ସ୍କୁଲ୍‌ ଜୋତା ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମକୁ ଓଡ଼ିଶୀ ନୃତ୍ୟଶିଳ୍ପୀ ଦୀପ୍‌ସି ପଟ୍ଟନାୟକ ସଂଯୋଜନା କରିଥିଲେ। ଅନୁଷ୍ଠାନର ସଂଯୋଜକ ଚିତ୍ତ ମହାପାତ୍ର, ସଦସ୍ୟ ଜୟପ୍ରକାଶ ମିଶ୍ର, ପ୍ରି୍ରୟଦର୍ଶୀ ଶୁଭକାନ୍ତ, ପ୍ରବୀଣା ପରିଡ଼ା ଓ ସାଂସ୍କୃତିକ ସଂପାଦିକା ଅନିତା ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe