ଜେଲ୍‌ ଗଲା ପୁତ୍ରହନ୍ତା ଯଦୁ ମୁଣ୍ଡା

Advertisment
ଜେଲ୍‌ ଗଲା ପୁତ୍ରହନ୍ତା ଯଦୁ ମୁଣ୍ଡା

ବାରଙ୍ଗ : ମୁଣ୍ଡଳୀ ପଞ୍ଚାୟତ ବେଣ୍ଟୁଆ ଆଦିବାସୀ ପଡ଼ାରେ ଘଟିଥିବା ଗୁଳିକାଣ୍ଡ ମାମଲାରେ ପୁତ୍ରହନ୍ତା ଯଦୁ ମୁଣ୍ଡାକୁ ଗୁରୁବାର ବାରଙ୍ଗ ଥାନା ପୁଲିସ କୋର୍ଟ ଚାଲାଣ କରିଛି। ହତ୍ୟା ଓ ବେଆଇନ ଭାବେ ବନ୍ଧୁକ ରଖିବା ଅଭିଯୋଗରେ ଯଦୁକୁ କୋର୍ଟ ଚାଲାଣ କରାଯାଇଛି। ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଜୋନ୍‌-୪ ଏସିପି ଚନ୍ଦନ ଘଡ଼ାଇ ଓ ବାରଙ୍ଗ ଥାନା ଆଇଆଇସି ଆକାଶ କୁମାର ରଣା ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଗତ ୧୦ ତାରିଖ ଦିନ ବାଇଗଣ ତୋଳାକୁ କେନ୍ଦ୍ର କରି ଯଦୁ ଓ ପୁଅ ଶିବ ମଧ୍ୟରେ କଥା କଟାକଟି ହୋଇଥିଲା। ଉତ୍‌କ୍ଷିପ୍ତ ହୋଇ ଯଦୁ ହଠାତ୍ ଶିବ ଛାତିକୁ ଲକ୍ଷ୍ୟ କରି ଦେଶୀ ଗୁଳି ଚଳାଇବାରୁ ଘଟଣାସ୍ଥଳରେ ହିଁ ଶିବ ଟଳି ପଡ଼ିଥିଲେ। ୧୨ ଦିନ ଫେରାର ରହିବା ପରେ ବୁଧବାର ରାତିରେ ଯଦୁକୁ ଗିରଫ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe