ଜଗନ୍ନାଥ ନଗର ମୁଖ୍ୟ ସଡ଼କର ଭୂମିପୂଜନ

Advertisment
ଜଗନ୍ନାଥ ନଗର ମୁଖ୍ୟ ସଡ଼କର ଭୂମିପୂଜନ

ଭୁବନେଶ୍ବର: ଆଜି ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀ ୧୯ ନମ୍ବର ୱାର୍ଡ ଜିଜିପି କଲୋନିରେ ବିଜୁ ସେତୁ ଯୋଜନା ଅନ୍ତର୍ଗତ ଏକ ସେତୁର ଶିଳାନ୍ୟାସ ଦିଆଯାଇଛି। ଏହି ପ୍ରକଳ୍ପର ଅଟକଳ ମୂଲ୍ୟ ୧କୋଟି ୭୧ ଲକ୍ଷ ଟଙ୍କା ରହିଛି। ଏଥିସହ ଜଗନ୍ନାଥ ନଗର ମୁଖ୍ୟ ସଡ଼କ ନିର୍ମାଣ କାର୍ଯ୍ୟର ଭୂମିପୂଜା ‌କରାଯାଇଛି। ସଡ଼କ ପ୍ରକଳ୍ପର ଅଟକଳ ମୂଲ୍ୟ ୩ କୋଟି ୧୦ ଲକ୍ଷ ରହିଛି। ଉତ୍ତରର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମ୍ପୃକ୍ତ ୱାର୍ଡର କର୍ପୋରେଟର ଜ୍ୟୋତ୍ସ୍ନାରାଣୀ ରାଉତରାୟ, ୩୧ ନମ୍ବର ୱାର୍ଡର କର୍ପୋରେଟର କୁମାରେନ୍ଦ୍ର ମହାପାତ୍ର, ପୂର୍ବତନ କର୍ପୋରେଟର ପ୍ରତାପ ରାଉତରାୟ, ସଂଜୟ କୁମାର ବଳିୟାରସିଂହ, ବିଭାଗୀୟ ଯନ୍ତ୍ରୀ, ନିଲୁ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। ବହୁଦିନର ଦାବି ପୂରଣ ହୋଇଥିବାରୁ ବରିଷ୍ଠ ନାଗରିକ, ମହିଳା ଏବଂ ସ୍ଥାନୀୟ ଜନସାଧାରଣ ବିଧାୟକଙ୍କୁ କୃତଜ୍ଞତା ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe