ଜଗନ୍ନାଥ ସଂକୀର୍ତ୍ତନ ସମାରୋହ, ଭଗବତ ଗୀତା ବଣ୍ଟନ

ଜଗନ୍ନାଥ ସଂକୀର୍ତ୍ତନ ସମାରୋହ, ଭଗବତ ଗୀତା ବଣ୍ଟନ

ବାଲିପାଟଣା: ପମ୍ପାଲୋ ପଞ୍ଚାୟତ ସରାଟ ମୌଜାର ନୀଳକଣ୍ଠେଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ଖୋର୍ଦ୍ଧା ଜିଲ୍ଲା ଶ୍ରୀଶ୍ରୀଜଗନ୍ନାଥ ନାମ ସଂକୀର୍ତ୍ତନ ପରିଷଦ ଆନୁକୂଲ୍ୟରେ ନାମ ସଂକୀର୍ତ୍ତନ ଓ ଭଗବତ ଗୀତା ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବାଲିପାଟଣା ଓ ବାଲିଅନ୍ତା ବ୍ଲକ ଅଞ୍ଚଳର ୬୩ ସଂକୀର୍ତ୍ତନ ମଣ୍ଡଳୀର ଏକ ହଜାରରୁ ଊର୍ଦ୍ଧ୍ବ ପୁରୁଷ ଏବଂ ମହିଳା ଚଣାହଟ୍ଟା ହାଇସ୍କୁଲ ଠାରୁ ଖୋଳ, ମୃଦଙ୍ଗ, ଝାଞ୍ଜ, ଗିନି, ଘଣ୍ଟ, ଘଣ୍ଟାର ତାଳରେ ନୃତ୍ୟ କରି ନୀଳକଣ୍ଠେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା କରି ଆସିଥିଲେ। ଉପଦେଷ୍ଟା ବାସୁଦେବ ଭଟ୍ଟଙ୍କ ପୌରୋହିତ୍ୟରେ ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହୋଇଥିଲା।

ସଭା ପ୍ରାରମ୍ଭରେ ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଟ୍ରେନ ଯାତ୍ରୀଙ୍କ ଉଦେଶ୍ୟରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜୟଦେବ ବିଧାୟକ ଅରବିନ୍ଦ ଢାଲି, ବାଲିପାଟଣା ବିଡିଓ ଆଦିକନ୍ଦ ବେହେରା, ଏସଆଇ ରାକେଶ କୁମାର ସାମଲ, ଜଗନ୍ନାଥ ସଂକୀର୍ତ୍ତନ ପରିଷଦର ରାଜ୍ୟ ସଂଯୋଜକ ସିଦ୍ଧାର୍ଥ ସ୍ୱାଇଁ, ସଂଳାପକାର ରଜନୀ ରଞ୍ଜନ ଦାଶ, ଓଡ଼ିଶା ଶିକ୍ଷା ବିକାଶ ସଂସ୍ଥାନର ସଭାପତି କରୁଣାକର ପ୍ରଧାନ, ଜଗନ୍ନାଥ ସଂକୀର୍ତ୍ତନ ପରିଷଦ ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରସନ୍ନ କୁମାର ବଡ଼ଜେନା, ସୁଦର୍ଶନ ଚମ୍ପତି, ପ୍ରସନ୍ନ ବିଶୋୟୀ, ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର, ଗଙ୍ଗାଧର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ।
ଏହି ଅବସରରେ ସମସ୍ତ ସଂକୀର୍ତ୍ତନ ଗାୟକ ଏବଂ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଉପଢୌକନ, ମାନପତ୍ର ଓ ଭଗବତ ଗୀତା ପ୍ରଦାନ କରାଯାଇଥିଲା। ମୁଖ୍ୟ ଆୟୋଜକ ହେମନ୍ତ କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ନୀଳକଣ୍ଠେଶ୍ୱରଙ୍କ ପୂଜକ ଅଧ୍ୟାପକ କଲ୍ୟାଣ କୁମାର ପଣ୍ଡା, ମାନସ ପଣ୍ଡା, ସତ୍ୟଜିତ ରାୟ, ବସନ୍ତ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe