Jagannathnagar Road No. 1: ଜଗନ୍ନାଥନଗର ଏକ ନମ୍ବର ରୋଡ୍‌: ଅଧପନ୍ତରିଆ କାମ କରି ଠିକାସଂସ୍ଥା ଛୁ

କାମ ପାଇଁ ରାସ୍ତା ଖୋଳିଦେଲେ। ନାଳ ପାଇଁ ୮ ଫୁଟ ଗାତ ବି ଖୋଳି ଦିଆଗଲା। ଯେଉଁଥିପାଇଁ ଚଉଡ଼ା ରାସ୍ତା ସଂକୁଚିତ ହୋଇଗଲା। କିନ୍ତୁ ରାସ୍ତାକୁ ଖୋଳି କାମ କରିବା ବଦଳରେ କଦର୍ଯ୍ୟ କରିଦେଇ ଠିକାଦାର ଛୁ ମାରିଛି।

sfhfhsfhsxvvb

ଭୁବନେଶ୍ବର: କାମ ପାଇଁ ରାସ୍ତା ଖୋଳିଦେଲେ। ନାଳ ପାଇଁ ୮ ଫୁଟ ଗାତ ବି ଖୋଳି ଦିଆଗଲା। ଯେଉଁଥିପାଇଁ ଚଉଡ଼ା ରାସ୍ତା ସଂକୁଚିତ ହୋଇଗଲା। କିନ୍ତୁ ରାସ୍ତାକୁ ଖୋଳି କାମ କରିବା ବଦଳରେ କଦର୍ଯ୍ୟ କରିଦେଇ ଠିକାଦାର ଛୁ ମାରିଛି। ରାସ୍ତା କାମ ଅଧପନ୍ତରିଆ ହୋଇ ପଡ଼ିଥିବାରୁ ଦୈନିକ ଦହଗଞ୍ଜ ହେଉଛନ୍ତି ଅଞ୍ଚଳବାସୀ। ଏଭଳି ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ୩୨ ନମ୍ବର ୱାର୍ଡ ଅନ୍ତର୍ଗତ ଜଗନ୍ନାଥନଗର ଏକ ନମ୍ବର ରୋଡ୍‌ରେ। ପୂର୍ବର ଚଉଡ଼ା ରାସ୍ତା ସଂକୁଚିତ ହେବା ପରେ ଗାଡ଼ିମୋଟର ବି ଏହି ରାସ୍ତାରେ ଯିବା କଷ୍ଟକର ହୋଇପଡ଼ିଛି। ପ୍ରତିଦିନ ବିପଦପୂର୍ଣ୍ଣ ଅବସ୍ଥାରେ ଲୋକେ ଯା’ଆସ କରୁଛନ୍ତି। କିନ୍ତୁ ଏହି କାମ କାହିଁକି ଅଟକିଛି, ଠିକାଦାର କାହିଁକି କାମ ବନ୍ଦ କରି ପଳାଇଛନ୍ତି, ଏ ଉତ୍ତର କାହାରି ପାଖରେ ନାହିଁ। ନା ବିଏମ୍‌ସି ମେୟର ଏ ସଂପର୍କରେ ଜାଣିଛନ୍ତି, ନା କମିସନର୍‌ ଅବା ସିଟି ଇଂଜିନିୟର। କିନ୍ତୁ ଠିକାଦାର ଟଙ୍କା ନ ପାଇବାରୁ କାମ କରୁ ନଥିବା କର୍ପୋରେଟର୍‌ କହିଛନ୍ତି।

ଦହଗଞ୍ଜ ହେଉଛନ୍ତି ୧୦ ହଜାରରୁ ଅଧିକ ଲୋକ
କାମ ବନ୍ଦ ନେଇ ମେୟର, କମିସନର୍‌, ସିଟି ଇଂଜିନିୟର ‌କେହି ଜାଣିନାହାନ୍ତି
କର୍ପୋରେଟର୍‌ କହିଲେ, ଟଙ୍କା ବାକି ଅଛି ବୋଲି କାମ କରୁନାହିଁ ଠିକାସଂସ୍ଥା

ଜଗନ୍ନାଥନଗର ଗୋଟିଏ ପାର୍ଶ୍ବରୁ କେଶୁରା ଜାତୀୟ ରାଜପଥକୁ ସଂଯୋଗ କରୁଥିବା ବେଳେ ଅନ୍ୟପଟେ ବମିଖାଲକୁ ସଂଯୋଗ କରୁଛି। ଏଣୁ ପୁରୀ ବାଇପାସ୍‌ ରାସ୍ତାରୁ ସହର ଭିତରକୁ ଆସିବାକୁ ଅଧିକାଂଶ ଲୋକେ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି। ସେପଟେ ଏହି ରାସ୍ତା ଉପରେ ଆଖପାଖ ଅଞ୍ଚଳର ୧୦ହଜାରରୁ ଅଧିକ ଲୋକ ନିର୍ଭରଶୀଳ। ନିର୍ଭରଶୀଳତାକୁ ଦୃଷ୍ଟିରେ ରଖି ପ୍ରାୟ ବ‌ର୍ଷେ ତଳେ ଜଗନ୍ନାଥନଗର ରୋଡ୍‌-୧ ରାସ୍ତାର କାମ ଆରମ୍ଭ କରିଥିଲା ବିଏମ୍‌ସି। ଏଥିପାଇଁ ବିଏମ୍‌ସି ଟେଣ୍ଡର ବି କରିଥିଲା। କିନ୍ତୁ କାମ ଆରମ୍ଭରୁ ଏଠାରେ ଅବ୍ୟବସ୍ଥା ଲାଗି ରହିଛି। କାମ କରିବା ପାଇଁ ରାସ୍ତାର ଚଉଡ଼ାରୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ୨୫ ପ୍ରତିଶତ ଜାଗା ଖୋଳି ‌ଦିଆଗଲା। ନାଳ ତିଆରି ପାଇଁ ଟିଣ, ବଲ୍ଲା ବି ବାନ୍ଧି ଦିଆଗଲା। ନାଳର କଂକ୍ରିଟ୍‌ କାମ ୯୦ ପ୍ରତିଶତ ସରିଛି। ଯେଉଁଠି କାମ ବନ୍ଦ ଅଛି, ଠିକାସଂସ୍ଥା ପକ୍ଷରୁ ଏହା ଚାରିପଟେ ପ୍ଲାଏଉଡ୍ ଘେରାଇ ଦିଆଯାଇଛି। କିନ୍ତୁ ରାସ୍ତା ସ୍ଥିତି ଅତି ଖରାପ। ଖୋଳି ଦିଆଯିବା ପରେ ରାସ୍ତାସାରା ଖାଲଖମା। ଏଣୁ ଲୋକେ ଯିବା ବେଳେ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି ଓ ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣା ଭୟ ରହୁଛି। ୫ ଫୁଟ ଚଉଡ଼ାର ଡ୍ରେନ୍‌ ସ୍ଲାବ୍‌ ପରେ, ସଂକୁଚିତ ରାସ୍ତାରେ ଗାଡ଼ିମୋଟର ଯିବା ବେଳେ ଭିଡ଼ରେ ଫସୁଛନ୍ତି।

ଅଞ୍ଚଳବାସୀଙ୍କ କହିବା କଥା, ଆରମ୍ଭରୁ ଆମେ କାମକୁ ନେଇ ଖୁସି ଥିଲୁ। କିନ୍ତୁ ପରେ କ’ଣ ହେଲା କେଜାଣି ଠିକାସଂସ୍ଥା ଆଉ କାମର ନା ଗନ୍ଧ ଧରୁନି। ଶୁଣିବାକୁ ମିଳୁଛି, ଠିକାଦାର ଏହି କାମ ବାବଦ ଯେଉଁ ଟଙ୍କା ପାଉଛନ୍ତି, ସେ ଟଙ୍କା ଅନ୍ୟ କାମରେ ଲଗାଉଛନ୍ତି। କାମ ନ ହେବାରୁ ସାମାନ୍ୟ ବର୍ଷାରେ ରାସ୍ତାରେ ପାଣି ଜମୁଛି। ଗୋଟେ କାର ପଶିଗଲେ, ଦ୍ବିତୀୟ କାର ଯାଇ ପାରୁନି। ୩୨ ନମ୍ବର ୱାର୍ଡ କର୍ପୋରେଟର୍‌ ଶ୍ରୀଧର ଜେନା କହିଛନ୍ତି, ଯଦି କାମ ବାବଦରେ ଟଙ୍କା ନ ମିଳିବ, କିଏ ବା କାହିଁକି କାମ କରିବ? ଯେଉଁ ଠିକାଦାର ଏହି କାମ କରୁଥିଲେ, ତାଙ୍କର ୫ରୁ ଅଧିକ କୋଟି ଟଙ୍କା ବାକି ପଡ଼ିଛି। ଏଣୁ ସେ କାମ କରୁନାହାନ୍ତି। ମେୟର ‌ସୁଲୋଚନା ଦାସ ରାସ୍ତା କାମ କାହିଁକି ବନ୍ଦ ରହିଛି, ଜାଣିନଥିବା କହିଛନ୍ତି। ତଥାପି ଏହା ଦେଖିବେ ବୋଲି ସେ କହିଛନ୍ତି। ବିଏମ୍‌ସି ସିଟି ଇଂଜିନିୟର ନାରଦ ଚନ୍ଦ୍ର ରଥ ବି ଏ ସଂପର୍କରେ ଜାଣି ନଥିବା କହିଛନ୍ତି। ସ୍ଥିତି ଅନୁଧ୍ୟାନ କରିବା ପରେ କିଛି କହିପାରିବେ ବୋଲି କହିଛନ୍ତି। କାମ ବାବଦ ଟଙ୍କା ଦେବାରେ ଅସୁବିଧାକୁ ସେ ସ୍ବୀକାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe