ଯଗରନଟ ଆସୋସିଏସନ୍‌ର ‘ଏଗ୍ରିଥନ୍’

Advertisment
ଯଗରନଟ ଆସୋସିଏସନ୍‌ର ‘ଏଗ୍ରିଥନ୍’

ଭୁବନେଶ୍ବର : ଯଗରନଟ୍ ଆସୋସିଏସନ୍ ଅଫ୍ ଏଣ୍ଟରପ୍ରିନ୍ୟୁୟର୍ସ ପକ୍ଷରୁ ଲୋୟର ପିଏମ୍‌ଜିରେ ‘ଏଗ୍ରିଥନ’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଅଞ୍ଚଳର ଚାଷୀ, ଛାତ୍ରଛାତ୍ରୀ ଓ ସ୍ବେଚ୍ଛାସେବୀ ସାମିଲ୍‌ ହୋଇଥିଲେ। ଚାଷୀମାନଙ୍କ ସହ ଯୁବକମାନେ କିପରି ବୈଜ୍ଞାନିକ ପଦ୍ଧତିରେ ଚାଷ କରି ଅଧିକ ଉତ୍ପାଦନ କରିବେ, ଚାଷୀଙ୍କୁ ଉଦ୍ୟୋଗୀଙ୍କ ସହ ଯୋଡ଼ିବା, ଓଡ଼ିଶାରେ ଅଧିକ ଚାଷୀ ଉଦ୍ୟୋଗୀ ସୃଷ୍ଟି କରିବା ଲକ୍ଷ୍ୟରେ ଆୟୋଜନ ହୋଇଥିବା ଏହି ଏଗ୍ରିଥନ୍‌‌ ଲୋୟର ପିଏମ୍‌ଜିରୁ ବାହାରି ରୂପାଲି ଛକ ହୋଇ ପୁଣି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଆସିଥିଲା।

ଏହି ଏଗ୍ରିଥନରେ କୃଷି ମନ୍ତ୍ରୀ ଅରୁଣ ସାହୁ, ଗ୍ରିନ୍ ଆର୍ମିର କମାଣ୍ଡର ଇନ୍‌ ଚିଫ୍‌ ତଥା ପୂର୍ବତନ ବିଧାୟକ ଦିଲୀପ ଶ୍ରୀଚନ୍ଦନ ଅତିଥି ଭାବେ ଯୋଗ ଦେଇଥିଲେ। ସଂଘର ସଭାପତି ଜନାର୍ଦ୍ଦନ ସାହୁଙ୍କ ସମେତ ସଂଘର ସୁମନ୍ତ ମିଶ୍ର, ସଞ୍ଜୟ ଚୌଧୁରୀ, ଲୋପା ମିଶ୍ର ଜେନା, ଲିପକ ଚୌଧୁରୀ, ଦେବାଶିଷ ସାହୁ, ବଦ୍ରି ନାରାୟଣ ସାମଲ, ସୁମନ୍ତ ବେହେରା, ପୂରବୀ ପୂର୍ଣ୍ଣସା ମିଶ୍ର, ରଶ୍ମିତା ଚୌଧୁରୀ, ସୁମନ୍ତ ଦାସ, ମନୋଜ ନାୟକଙ୍କ ସମେତ ବହୁ ଯୁବ ଉଦ୍ୟୋଗୀ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe