ଜଗତ୍‌ଗୁରୁ ଶ୍ରୀଧର ସ୍ୱାମୀଙ୍କ ଜୟନ୍ତୀ ମହୋତ୍ସବ

ଜଗତ୍‌ଗୁରୁ ଶ୍ରୀଧର ସ୍ୱାମୀଙ୍କ ଜୟନ୍ତୀ ମହୋତ୍ସବ

ଭୁବନେଶ୍ବର: ଜଗତ୍‌ଗୁରୁ ଆଚାର୍ଯ୍ୟ ଶ୍ରୀଧର ସ୍ବାମୀଙ୍କ ଜୟନ୍ତୀ ମହୋତ୍ସବର ଉଦ୍‌ଯାପନ ସମାରୋହ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଧର ସ୍ବାମୀଙ୍କ ଜନ୍ମପୀଠ ବାଲେଶ୍ୱର ଜିଲାସ୍ଥିତ ରେମୁଣାର ମୟୂର ଗ୍ରାମରେ ପବିତ୍ର ମାଘ ସପ୍ତମୀଠାରୁ ଆରମ୍ଭ ହୋଇଥିବା ଏହି ରାଜ୍ୟସ୍ତରୀୟ ମହୋତ୍ସବ ଗତ ବୁଧବାର ଗୀତଗୋବିନ୍ଦ ସଦନରେ ଉଦ୍‌ଯାପିତ ହୋଇଥିଲା। ଏହି ଉପଲକ୍ଷେ ଆୟୋଜିତ ଆଲୋଚନାଚକ୍ରକୁ ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ଉଦ୍‌ଘାଟନ କରି ଶ୍ରୀଧର ସ୍ୱାମୀଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ।

ପୂର୍ବତନ ମୁଖ୍ୟ ଶାସନ ସଚିବ ଅଜିତ କୁମାର ତ୍ରିପାଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ପୁରୀ ସାତଲହଡ଼ି ମଠର ମହନ୍ତ ବ୍ରହ୍ମଚାରୀ ବାମଦେବ ନନ୍ଦ ଏବଂ ସମ୍ମାନିତ ଅତିଥି ଭାବେ ଓଡ଼ିଆ ଯାତ୍ରା କଳାକାର ସଂଘର ସମ୍ପାଦକ ସମରେନ୍ଦ୍ର ପଣ୍ଡା, ପୌରୁଷର ସମ୍ପାଦକ ଅସିତ ମହାନ୍ତି ଏବଂ ଉପସଭାପତି ପ୍ରଶାନ୍ତ ଶତପଥୀ ପ୍ରମୁଖ ଯୋଗଦେଇ ସ୍ୱାମୀଜୀଙ୍କର ଜୀବନ ଦର୍ଶନ ଉପରେ ଆଲୋଚନା କରିଥିଲେ।
ସଭା ପ୍ରାରମ୍ଭରେ କାର୍ଯ୍ୟକ୍ରମ ସଂଯୋଜକ ମନୋରଞ୍ଜନ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ଶ୍ରୀଧର ସ୍ମୃତି ପରିଷଦର ସମ୍ପାଦକ ହରେକୃଷ୍ଣ ପଣ୍ଡା ବିବରଣୀ ପାଠ ଓ ସାଂସ୍କୃତିକ ସମ୍ପାଦକ ବିଜୟ ମହାକୁଡ଼ ଧନ୍ୟବାଦ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଡା. ବିଷ୍ଣୁଚରଣ ମିଶ୍ରଙ୍କ ଦ୍ୱାରା ଶ୍ରୀଧର ସ୍ୱାମୀଙ୍କ ମୂଳ ସଂସ୍କୃତ ସୁବୋଧିନୀ ଗୀତାର ଓଡ଼ିଆ ଏବଂ ଇଂରାଜୀ ଅନୁବାଦ ପୁସ୍ତକକୁ ଲୋକାର୍ପଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe