ଜାଗୁଳାଇଙ୍କ ନବରାତ୍ର ମହୋତ୍ସବ ଆରମ୍ଭ

Advertisment

ମନମୋହିଲା ମା’ଙ୍କ ଶୈଳପୁତ୍ରୀ ବେଶ

ମନମୋହିଲା ମା’ଙ୍କ ଶୈଳପୁତ୍ରୀ ବେଶ

ଜାଗୁଳାଇଙ୍କ ନବରାତ୍ର ମହୋତ୍ସବ ଆରମ୍ଭ

ଜଟଣୀ: ସ୍ଥାନୀୟ କୁଦିଆରୀ ଗ୍ରାମର ଆରାଧ୍ୟ ଦେବୀ ମା’ ଜାଗୁଳାଇଙ୍କ ବାସନ୍ତୀକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଆଜିଠୁ ଆରମ୍ଭ ହୋଇଛି। ଆଜି ସକାଳେ ୫୦ରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷ ମାଜଣା ପୋଖରୀରୁ ଜଳ ଉତ୍ତୋଳନ କରି ଏକ କଳସ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ। ଏହାପରେ କଳସ ଯାତ୍ରା ମନ୍ଦିର ବେଢ଼ାରେ ଅବସ୍ଥିତ ଯଜ୍ଞ ମଣ୍ଡପରେ ପହଞ୍ଚିଥିଲା ଏବଂ ସେଠାରେ କଳସ ସ୍ଥାପନା ହୋଇଥିଲା। ପରେ ପରେ ସୂର୍ଯ୍ୟ ପୂଜା, ସାଲା ମଣ୍ଡନ ବିଧି ସମାହିତ ହୋଇଥିଲା।

ସନ୍ଧ୍ୟାରେ ମହାସ୍ନାନ ପରେ ମା’ଙ୍କୁ ଶୈଳପୁତ୍ରୀ ବେଶରେ ସଜ୍ଜିତ କରାଯାଇଥିଲା। ମା’ଙ୍କ ଏହି ବେଶ ଦେଖିବାକୁ ଗାଁ ସମେତ ଆଖପାଖ ଅଞ୍ଚଳର ଶହଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଷୋଡ଼ଶ ଉପଚାର ପୂଜା ଓ ଚଣ୍ଡୀପାଠ ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ଯଜ୍ଞ ଚାଲିଥିଲା। ଆସନ୍ତାକାଲି ବ୍ରହ୍ମଚାରିଣୀ ବେଶରେ ମା’ ଦର୍ଶନ ଦେବେ ବୋଲି ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା ସୂଚନା ଦେଇଛନ୍ତି। ସଭାପତି ରାଧାମୋହନ ପଟ୍ଟନାୟକ, କୃତିବାସ ପୃଷ୍ଟି, ଯୁଗ୍ମ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସାହାଣୀ ପ୍ରମୁଖ ଏହି ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜନର ମୁଖ୍ୟ ଦାୟିତ୍ୱ ବହନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe