ନିର୍ମାଲ୍ୟ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଜଳ ସେବାକେନ୍ଦ୍ରର ଶୁଭାରମ୍ଭ

Advertisment
ନିର୍ମାଲ୍ୟ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଜଳ ସେବାକେନ୍ଦ୍ରର ଶୁଭାରମ୍ଭ

ଭୁବନେଶ୍ୱର : ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କେଶୁରା ଝାରପଡ଼ା ଛକରେ ପଥଚାରୀଙ୍କ ପାଇଁ ଏକ ପାନୀୟ ଜଳ ସେବା କେନ୍ଦ୍ରର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟ କୋରଡ଼କଣ୍ଟାର ନିର୍ମାଲ୍ୟ ବରିଷ୍ଠ ନାଗରିକ ସଂଘର ସଦସ୍ୟମାନଙ୍କ ଦ୍ୱାରା ୬ବର୍ଷ ଧରି ଚାଲି ଆସୁଛି। ଆଜି ପୂର୍ବାହ୍ନ ୧୦ଟାରେ ସ୍ଥାନୀୟ ସରପଞ୍ଚ ବିନୋଦିନୀ ଜେନା ସେବାକେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ। ଏହି ସମାରୋହରେ ସଂଘର ସଭାପତି ରମାକାନ୍ତ ମହାପାତ୍ର ଓ ସଂପାଦକ ଯୁଗଳ କିଶୋର ସାହୁ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଦାଶିବ ସାହୁ, ପ୍ରଭାକର ସାହୁ, ନିତ୍ୟାନନ୍ଦ ଦାଶ, ଦିବାକର ଜେନା, ଚୈତନ୍ୟ ପରିଡ଼ା, ବିଶି ରାଉତ, ଗଣେଶ ମିଶ୍ର, ଧ୍ରୁବ ଚରଣ ପୃଷ୍ଟି, ପୂର୍ଣ୍ଣ ସାହୁ ପ୍ରମୁଖ ଉପସ୍ଥିତ ରହି ପଥଚାରୀମାନଙ୍କୁ ଦହିପଣା ବିତରଣ କରିଥିଲେ। ଏହି ଅବସରରେ ପ୍ରାୟ ୨ହଜାର ପଥଚାରୀଙ୍କୁ ଦହିପଣା ବଣ୍ଟନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe