ଜାନକୀ ବଲ୍ଲଭଙ୍କ ୯୨ତମ ଜୟନ୍ତୀ ପାଳିତ

Advertisment
ଜାନକୀ ବଲ୍ଲଭଙ୍କ ୯୨ତମ ଜୟନ୍ତୀ ପାଳିତ

ଚନ୍ଦ୍ରଶେଖରପୁର : ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ଆଜି ବଶିଷ୍ଟ ସାହିତ୍ୟିକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ତିରୁପତି ସଂସ୍କୃତ ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ଓଡ଼ିଶା ପ୍ରଦେଶ କଂଗ୍ରେସର କମିଟିର ପୂର୍ବତନ ସଭାପତି ଓ ବିରୋଧୀ ଦଳ ନେତା ଏଆଇସିସିର ଆଜୀବନ ସଦସ୍ୟ, ପ୍ରବୀଣ ରାଜନୀତିଜ୍ଞ, ଓଡ଼ିଶା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ୯୨ ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି। ସଂଘର ସଭାପତି ଡ.ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସଂପାଦକ ବିଶ୍ୱଜିତ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସଭାରେ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଦାବି କରାଯିବା ସହ ରାଜଧାନୀର ଏକ ପ୍ରମୁଖ ରାସ୍ତାକୁ ତାଙ୍କ ନାମରେ ନାମିତ କରିବା ପାଇଁ ଦାବି କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଘର ସମସ୍ତ ସଭ୍ୟ ଉପସ୍ଥିତ ରହି ସଭାକାର୍ଯ୍ୟକୁ ସୁଚାରୁଭାବେ ପରିଚାଳନାକରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe