Jatani Festival: ୨୧ରେ ଜଟଣୀ ପଥୋତ୍ସବ, ଦୁଲୁକିବ ସହର

Advertisment

ଜଟଣୀ ସହର ରାଜରାସ୍ତାରେ ଆରମ୍ଭ ହେବାକୁ ଯାଉଛି ମନୋରଞ୍ଜନ। ଆସନ୍ତା ୨୧ତାରିଖ ରବିବାର ସକାଳେ ମୁଖ୍ୟ ରାସ୍ତାରେ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ‘ପଥୋତ୍ସବ’ ଅୟୋଜିତ ହେବ। ଗୀତ, ନାଚ, ଖେଳକୁଦରେ ମତୁଆଲା ହେବେ ବରିଷ୍ଠ ନାଗରିକଙ୍କଠାରୁ ଆରମ୍ଭ କରି ସମସ୍ତ ବର୍ଗ ଲୋକେ।

ଜଟଣୀ ସହର ରାଜରାସ୍ତାରେ ଆରମ୍ଭ ହେବାକୁ ଯାଉଛି ମନୋରଞ୍ଜନ। ଆସନ୍ତା ୨୧ତାରିଖ ରବିବାର ସକାଳେ ମୁଖ୍ୟ ରାସ୍ତାରେ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ‘ପଥୋତ୍ସବ’ ଅୟୋଜିତ ହେବ। ଗୀତ, ନାଚ, ଖେଳକୁଦରେ ମତୁଆଲା ହେବେ ବରିଷ୍ଠ ନାଗରିକଙ୍କଠାରୁ ଆରମ୍ଭ କରି ସମସ୍ତ ବର୍ଗ ଲୋକେ।

sfhsfhhfxvbvb

ଜଟଣୀ: ଜଟଣୀ ସହର ରାଜରାସ୍ତାରେ ଆରମ୍ଭ ହେବାକୁ ଯାଉଛି ମନୋରଞ୍ଜନ। ଆସନ୍ତା ୨୧ତାରିଖ ରବିବାର ସକାଳେ ମୁଖ୍ୟ ରାସ୍ତାରେ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ‘ପଥୋତ୍ସବ’ ଅୟୋଜିତ ହେବ। ଗୀତ, ନାଚ, ଖେଳକୁଦରେ ମତୁଆଲା ହେବେ ବରିଷ୍ଠ ନାଗରିକଙ୍କଠାରୁ ଆରମ୍ଭ କରି ସମସ୍ତ ବର୍ଗ ଲୋକେ। ସହରୀ ବ୍ୟସ୍ତତାରୁ ବାହାରି ପ୍ରଫୁଲ୍ଲିତ ହେବାକୁ, ଶୀତୁଆ ସକାଳର ଉପଭୋଗ କରିବାକୁ ଏବଂ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଲୁଚି ରହିଥିବା କଳାକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଚଳିତ ବର୍ଷ ‘ପଥୋତ୍ସବ’ ଆରମ୍ଭ ହେବାକୁ ଯାଉଛି। ଜଟଣୀ ବିକାଶ ପରିଷଦ ପକ୍ଷରୁ ଆରମ୍ଭ ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମ ପାଇଁ ଆଜି ବ୍ଲକ୍‌ ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। 

ପଥୋତ୍ସବ ଆୟୋଜକ କମିଟିର ଅଧକ୍ଷ ବିଶ୍ୱରଞ୍ଜନ ବଡ଼ଜେନା ଓ ସଂଯୋଜକ ଋଷି ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆସନ୍ତା ୨୧ ତାରିଖ ସକାଳ ୬ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ହରିଭାଇନା ଛକରୁ ମହୁଲଗୁଡ଼ିଆ ଛକ ପର୍ଯ୍ୟନ୍ତ ଉଭୟ ରାସ୍ତାରେ ପଥୋତ୍ସବ ଅନୁଷ୍ଠିତ ହେବ। ଏଥିରେ କଳା, ସଂସ୍କୃତି, କ୍ରୀଡ଼ା, ଶିକ୍ଷା, ସ୍ବାସ୍ଥ୍ୟ, ସେବା, ଯୋଗ, ଜିମ୍, ସାଇକେଲ, ପଦଯାତ୍ରା, ସଚେତନତା, ବାସ୍କେଟ ବଲ୍, ଝୋଟି, ଲୁଡୁ ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯିବ। ଏହାବ୍ୟତୀତ ପ୍ରତ୍ୟେକ ମାସର ତୃତୀୟ ରବିବାର ଦିନ ଏହି ଉତ୍ସବ ପାଳନ ହେବ। ସାମ୍ୱାଦିକ ସମ୍ମିଳନୀରେ ବିଡିଓ ବସନ୍ତ କୁମାର ହାତୀ, ତହସିଲଦାର ଶିବାଶିଷ ପରିଡ଼ା, ଥାନା ଅଧିକାରୀ ଷ୍ଟାଲିନ୍ ବିଶ୍ୱାଳ, ମେଡିକାଲ ଅଧିକାରୀ ଜିତେନ୍ଦ୍ର କୁମାର ପଣ୍ଡା ଓ କ୍ରିଷ୍ଣା ରାଜ, ସିଡିପିଓ ସଂଜୁଲତା ନାୟକ, ପୌରପାଳିକା ଜେଇ ବ୍ରହ୍ମକୁମାରୀ ଦାସ, ଜଟଣୀ ବିକାଶ ପରିଷଦର ସଭାପତି ସୁଦର୍ଶନ ସୁନ୍ଦରାୟଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe