ଜଟଣୀ ଗଣେଶ ପୂଜା: ରାତିରେ ରଡ଼ୁଛି ଅପେରା, ସଂଜରେ ମୀନାବଜାର

ଦିନକୁ ଦିନ ଗଣେଶ ପୂଜା ପାଇଁ ଜଟଣୀ ସହର ଅଧିକରୁ ଅଧିକ ଚଳଚଞ୍ଚଳ ହୋଇଉଠୁଛି। ଅନ୍ତିମ ପର୍ଯ୍ୟାୟ ଅର୍ଥାତ ଭସାଣି ଉତ୍ସବ ଦିନ ‌ଯେତିକି ପାଖେଇ ଆସୁଛି, ପୂଜା ବଜାର ଭିଡ଼ ସେତିକି ବଢ଼ିବଢ଼ି ଯାଉଛି। ୮ଦିନ ହେଲା ସହର ସାରା ଏକ ଖୁସିର ପରିବେଶ ଲାଗିରହିଛି।

fdhshfhfh

ଜଟଣୀ: ଦିନକୁ ଦିନ ଗଣେଶ ପୂଜା ପାଇଁ ଜଟଣୀ ସହର ଅଧିକରୁ ଅଧିକ ଚଳଚଞ୍ଚଳ ହୋଇଉଠୁଛି। ଅନ୍ତିମ ପର୍ଯ୍ୟାୟ ଅର୍ଥାତ ଭସାଣି ଉତ୍ସବ ଦିନ ‌ଯେତିକି ପାଖେଇ ଆସୁଛି, ପୂଜା ବଜାର ଭିଡ଼ ସେତିକି ବଢ଼ିବଢ଼ି ଯାଉଛି। ୮ଦିନ ହେଲା ସହର ସାରା ଏକ ଖୁସିର ପରିବେଶ ଲାଗିରହିଛି। ସଂଜ ବୁଡ଼ୁବୁଡ଼ୁ ରଙ୍ଗିନ ଆଲୋକମାଳାରେ ଝଲସି ଉଠୁଛି ସହର। ପ୍ରଭୁ ଗଜାନନଙ୍କ ଦର୍ଶନ ସାଙ୍ଗକୁ ମୀନାବଜାର ବୁଲା, ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ଏବଂ ରାତିରେ ଅପେରା ଦେଖିବାରେ ଲୋକେ ଖୁବ୍ ମଜା ନେଉଛନ୍ତି।

ଏବେ ସନ୍ଧ୍ୟାରେ ମୀନାବଜାରରେ ଗହଳି ବଢ଼ିଛି। ଶରତ ପାଇକରାୟ ଷ୍ଟାଡିୟମ୍‌, ଖୁଦୁପୁର ପଡ଼ିଆ ଓ କୁଦିଆରୀରେ ପଡ଼ିଥିବା ମୀନାବଜାରରେ ମହିଳା ଓ ପିଲାଙ୍କ ଭିଡ଼ ବେଶି। ମେଳାରେ ମିଳୁଥିବା ଚଟ୍‌ପଟି ଖାଦ୍ୟ ପାଇଁ ପିଲାମାନଙ୍କ ଭିତରେ ନାହିଁ ନଥିବା ଆଗ୍ରହ। ଠୁଙ୍କାପୁରୀ, ମଥୁରା କେକ୍, ଲଙ୍କା ଚପ୍, ଗୁପ୍‌ଚୁପ୍, ଚାଟ୍, କଟ୍‌ଲେଟ୍, ଚାଓମିନ୍, ରୋଲ୍, ପାମ୍ପଡ଼, ମଟର ସୁପ୍, କପ୍‌କୋଡ଼ା, ଚଟ୍‌ପଟି, କୁଲ୍‌ଫି ମଲାଇ, ଆଇସ୍‌କ୍ରିମ୍ ଷ୍ଟଲ୍‌ରେ ପିଲା ଓ ମହିଳାଙ୍କ ଭିଡ଼ ଦେଖିବାକୁ ମିଳିଛି। ଏସବୁରୁ କିଛି ଖାଦ୍ୟ ସହରର ସବୁଦିନିଆ ହୋଇଥିଲେ ହେଁ ମେଳାରେ ମିଳୁଥିବା ଖାଦ୍ୟର ସ୍ବାଦ ନିଆରା ବୋଲି ଚର୍ଚ୍ଚା ହେଉଛି। ଜଟଣୀରେ ବର୍ଷକୁ ଥରେ ଏଭଳି ବଡ଼ ମେଳା ପଡ଼ୁଥିବାରୁ ଲୋକେ ଏହି ମଜା ହାତଛଡ଼ା କରୁନାହାନ୍ତି। ସେହିପରି ବ୍ରହ୍ମପୁରର ବିଭିନ୍ନ ପ୍ରକାର ଆଚାର ଦୋକାନରେ ମଧ୍ୟ ଗ୍ରାହକଙ୍କ ଭିଡ଼ ହେଉଛି। ଏଥିସହିତ କେବଳ ମେଳାରେ ମିଳୁଥିବା ଘରକରଣା ଜିନିଷ କିଣିବାକୁ ବହୁ ମହିଳା ବୁଲିଆସୁଥିବା ଜଣାପଡ଼ିଛି। ପନିକି, ହାଣ୍ଡି, ମାଟି ତିଆରି ସାମଗ୍ରୀ, ଶିଳ, ଶଙ୍ଖ ପ୍ଲେଟ୍, କପ୍, ହେମଦସ୍ତା ଭଳି ଅନେକ ଜିନିଷ ଆଦି ମେଳାରେ ବିକାକିଣା ହେଉଥିବା ଦେଖିବାକୁ ମିଳିଛି। 

ମେଳାର ଅନ୍ତିମ ପର୍ଯ୍ୟାୟରେ ଜମୁଛି ଅପେରା ପ୍ରତିଯୋଗିତା। ଏବେ ତିନି ତିନିଟା ଅପେରା ଦଳ ରାତିରେ ସେହିଭଳି ରାତିରେ ଅପେରା ଦର୍ଶକଙ୍କ ସଂଖ୍ୟା ବି ଅଧିକ। ଚଳିତବର୍ଷ ପ୍ରଥମେ ଥାନା ଛକଠାରେ ‘ପାର୍ବତୀ ଗଣନାଟ୍ୟ’ ଯାତ୍ରା ଆରମ୍ଭ କରିଥିଲା। ଏବେ ‘କୋଣାର୍କ ଗଣନାଟ୍ୟ’ ସେଠାରେ ଯାତ୍ରା ଆରମ୍ଭ କରିଛି। ସେହିପରି ଶରତ ପାଇକରାୟ ଷ୍ଟାଡିୟମ୍‌ରେ ‘ଇନ୍ଦ୍ରଭୁବନ’ ଓ ଲୋକୋ କଲୋନିଠାରେ ଅପେରା ‘ସିଂହବାହିନୀ’ ପଡ଼ିଛି। ସବୁ ଅପେରା ପାର୍ଟିରେ ହାଉସ୍‌ଫୁଲ୍ ହେଉଛି। ଖଣ୍ଡଗିରି ଭଳି ଏବେ ଜଟଣୀରେ ଅପେରା ଫିଭର୍‌ ଦେଖିବାକୁ ମିଳୁଛି। ଛକରେ ଛକରେ ଯାତ୍ରା ଚର୍ଚ୍ଚା। ମୁହଁରୁ ବାହାରୁଛି ଯାତ୍ରା ଡାଇଲଗ୍‌। କୋଣାର୍କ ଗଣନାଟ୍ୟର ‘ତୁ ବୋଧେ ମୋ ଭାଗ୍ୟରେ ନାହୁ’ ନାଟକଟି ଦର୍ଶକଙ୍କ ମନକୁ ଅଧିକ ଛୁଇଁଛି। ସେହିପରି ‘ଇନ୍ଦ୍ରଭୁବନ’ର ନାଟକ ‘ନଅଙ୍କ ଦୁର୍ଭିକ୍ଷ’ ଓ ଅପେରା ‘ସିଂହବାହିନୀ’ ପକ୍ଷରୁ ‘ଏଥୁ ଅନ୍ତେ କଳିଯୁଗ ଶେଷ’ ନାଟକ ଦେଖିବାକୁ ଦର୍ଶକଙ୍କ ଆଗ୍ରହ ପରିଲକ୍ଷିତ ହେଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe