ଝରଣା ବସ୍ତିରେ ଜଣ୍ଡିସ୍‌ : ଆଶା ଦିଦିଙ୍କ ଶାଶୂ ଆକ୍ରାନ୍ତ

Advertisment
ଝରଣା ବସ୍ତିରେ ଜଣ୍ଡିସ୍‌ : ଆଶା ଦିଦିଙ୍କ ଶାଶୂ ଆକ୍ରାନ୍ତ

ପୁରୁଣା ଭୁବନେଶ୍ୱର : ଝରଣା ବସ୍ତିକୁ ପୁଣି ଜଣ୍ଡିସ୍‌ ଫେରିଛି। ଏବେ ବସ୍ତିର ଜଣେ ଆଶା ଦିଦିଙ୍କ ଶାଶୂ ବାସନ୍ତୀ ପାଇକରାୟ ଜଣ୍ଡିସ୍‌ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ବସ୍ତିରେ ଜଣ୍ଡିସ୍‌ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ଆଜି ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଣ ପାଣିର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି। ତେବେ ବସ୍ତିକୁ ଯୋଗାଣ ହେଉଥିବା ପାଣିରେ ଜଣ୍ଡିସ୍‌ ଭୂତାଣୁ ନଥିବା ଜଣାପଡ଼ିଛି। ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବାହାର ଖାଦ୍ୟ ଖାଇ ଜଣ୍ଡିସ୍‌ ହୋଇଥାଇପାରେ।

ପ୍ରତିବର୍ଷ ଏହି ବସ୍ତିରେ ଜଣ୍ଡିସ୍‌ ବ୍ୟାପୁଥିଲେ ବି ବିଏମ୍‌ସି ପକ୍ଷରୁ କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ବସ୍ତିବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଜଣ୍ଡିସ୍‌କୁ ଦୃଷ୍ଟିରେ ରଖି ଗତ ଦୁଇ ବର୍ଷ ତଳେ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଏଠାରେ ପ୍ରଥମ ପାଣି ଏଟିଏମ୍‌ ଉଦ୍‌ଘାଟନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଏହି ପାଣି ଏଟିଏମ୍‌କୁ ଉଦ୍‌ଘାଟନ କରିଥିଲେ ହେଁ କିଛି ମାସ ପରେ ଏଥିରୁ ପାଣି ବାହାରୁନି। ଏପରିକି ବିଏମ୍‌ସି ପକ୍ଷରୁ ଝରଣା ବସ୍ତିରେ ଠିକ ଭାବେ ସଫେଇ କରାଯାଉ ନଥିବା ମଧ୍ୟ ବସ୍ତିବାସିନ୍ଦା କହିଛନ୍ତି। ବିଏମ୍‌ସି ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜଣ୍ଡିସ୍‌ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି, ଘଟଣାର ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe