ମଇଁଷିଖାଲରେ ଜଣ୍ଡିସ୍ ଆତଙ୍କ, ୫ ଦୋକାନ ସିଲ୍; ଆଉ ୩ଜଣଙ୍କ ରକ୍ତ ନମୁନା ସଂଗ୍ରହ

ଭୁବନେଶ୍ବର ମହାନଗର ନିଗମ ୫୬ ନମ୍ବର ୱାର୍ଡ ମଇଁଷିଖାଲରେ ଜଣ୍ଡିସ୍ ରୋଗ ଆତଙ୍କିତ କରି ରଖିଛି।  ୧୧ଜଣଙ୍କଠାରେ ଜଣ୍ଡିସ୍ ରୋଗ ଚିହ୍ନଟ ହୋଇଥିବାବେଳେ ଆଜି ଆଉ ୩ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି।

sfsffsxcxcxcd

ଭୁବନେଶ୍ୱର: ଭୁବନେଶ୍ବର ମହାନଗର ନିଗମ ୫୬ ନମ୍ବର ୱାର୍ଡ ମଇଁଷିଖାଲରେ ଜଣ୍ଡିସ୍ ରୋଗ ଆତଙ୍କିତ କରି ରଖିଛି।  ୧୧ଜଣଙ୍କଠାରେ ଜଣ୍ଡିସ୍ ରୋଗ ଚିହ୍ନଟ ହୋଇଥିବାବେଳେ ଆଜି ଆଉ ୩ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି। ମଇଁଷିଖାଲରେ ଥିବା ବସ୍ତିବାସିନ୍ଦା ଆବାସ(ଆପାର୍ଟମେଣ୍ଟ)ରୁ ଏହି ରୋଗୀ ଚିହ୍ନଟ ହୋଇଛନ୍ତି। ଯେହେତୁ ବସ୍ତିବାସିନ୍ଦା ରହୁଥିବା ଆପାର୍ଟମେଣ୍ଟର ପାଣି ଉତ୍ସ ତଥା ବୋରିଂ ପାଣି ନମୁନା ନେଗେଟିଭ୍ ଆସିଛି, ତେଣୁ ଏହାର ଉତ୍ପତିସ୍ଥଳ ଖୋଜିବା ଆରମ୍ଭ କରିଛନ୍ତି ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ। ସ୍ବାସ୍ଥ୍ୟ ବିଭାଗ ଟିମ୍, ଭୁବନେଶ୍ବର ମହାନଗର ନିଗମ ଅର୍ବାନ୍ ମେଟ୍ରୋପଲିଟାନ୍ ସର୍ଭେଲାନ୍ସ ୟୁନିଟ୍, ଖାଦ୍ୟ ନିରାପତ୍ତା ଟିମ୍ ପୁଣିଥରେ ଆପାର୍ଟମେଣ୍ଟର ପ୍ରତି ବ୍ଲକ୍‌ ବୁଲି ଯାଞ୍ଚ କରିଛନ୍ତି। ଆଖପାଖ ଅଞ୍ଚଳ ବୁଲି ବିଭିନ୍ନ ହୋଟେଲ, ଉଠାଦୋକାନୀଙ୍କଠାରୁ ପାଣି ନମୁନା ସଂଗ୍ରହ କରିଛନ୍ତି। ଆଖପାଖ ଅଞ୍ଚଳରେ ବହୁ ଜଳଖିଆ ଦୋକାନ, ଦହିବରା, ଗୁପଚୁପ ଆଦି ଦୋକାନ ରହିଛି। ସେଠାରୁ ଜଣ୍ଡିସ୍ ଆସିଥିବାର ଆଶଙ୍କା କରାଯାଉଛି।

ଆଉ ୩ଜଣଙ୍କ ରକ୍ତ ନମୁନା ସଂଗ୍ରହ
ସ୍ଥିତି ଅନୁଧ୍ୟାନ କଲେ ବିଏମ୍‌ସି କମିସନର୍
ଯାଞ୍ଚ କଲେ ସ୍ବାସ୍ଥ୍ୟ, ଖାଦ୍ୟ, ୟୁଏମ୍ଏସ୍‌ୟୁ ଟିମ୍

ଭୁବନେଶ୍ବର ମହାନଗର ନିଗମ କମିସନର୍ ଚଞ୍ଚଳ ରାଣା ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆଖପାଖ ଅଞ୍ଚଳରେ ଯେଉଁମାନେ ବି ଅସ୍ବାସ୍ଥ୍ୟକର ପରିବେଶ ଭିତରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି, ସେମାନଙ୍କ ଦୋକାନ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଖାଦ୍ୟ ନିରାପତ୍ତା ଟିମ୍ ମଇଁଷିଖାଲ, ବିଜେବିନଗର ଅଞ୍ଚଳରେ ଥିବା ଜଳଖିଆ ଦୋକାନ, ହୋଟେଲ ଆଦି ଖାଦ୍ୟ ମାନ ଯାଞ୍ଚ କରିଛନ୍ତି। ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି ପାଇଁ ୫ଟି ଦୋକାନକୁ ସିଲ୍ କରି ଦିଆଯାଇଛି। ନିୟମିତ ଏହି ଯାଞ୍ଚ ଚାଲିବ ବୋଲି ଖାଦ୍ୟ ନିରାପତ୍ତା ଅଧିକାରୀ ସ୍ବାଗତିକା ସ୍ବାଇଁ କହିଛନ୍ତି। ‘ସମ୍ବାଦ’ରେ ମଇଁଷିଖାଲ ଜଣ୍ଡିସ୍ ସଂପର୍କିତ ଖବର ପ୍ରକାଶ ପରେ କମିସନର୍ ଶ୍ରୀ ରାଣା ଆଜି ସକାଳେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସ୍ଥିତି ଅନୁଧ୍ୟାନ କରିବା ସହ ଅଧିକାରୀଙ୍କୁ ଘଟଣା ଉପରେ ସଂପୂର୍ଣ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଖପାଖ ଅଞ୍ଚଳ ପରିଛନ୍ନତାକୁ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି। ଡେପୁଟି କମିସନର୍ ରଶ୍ମିରେଖା ଅମାନ୍ତ ଓ ଅନ୍ୟ ବିଏମ୍‌ସିର ଅଧିକାରୀମାନେ ଉପସ୍ଥିତ ଥିଲେ। ପରିମଳ ଅଧିକାରୀ, ସ୍ବଚ୍ଛସାଥୀମାନେ ଉପସ୍ଥିତ ରହି ଆଖପାଖ ଅଞ୍ଚଳକୁ ସଫାସୁତରା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe