ଆଜି ଖୋଲିବ ଜୟଦେବ ପୁରସ୍କାର ଜଉମୁଦ

Advertisment
ଆଜି ଖୋଲିବ ଜୟଦେବ ପୁରସ୍କାର ଜଉମୁଦ

ଭୁବନେଶ୍ବର : କିଏ ହେବ ଚଳିତବର୍ଷର ଜୟଦେବ ପୁରସ୍କାରର ଅଧିକାରୀ। କେଉଁ ଚଳଚ୍ଚିତ୍ର ହେବ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର। ‌କେଉଁ ଧାରାବାହିକ ଶ୍ରେଷ୍ଠ ଧାରାବାହିକର ମାନ୍ୟତା ପାଇବ। ଦୀର୍ଘ ଦିନ ଧରି ଏନେଇ ଉତ୍କଣ୍ଠା ଲାଗି ରହିଥିବା ବେଳେ ଆସନ୍ତାକାଲି ସଂସ୍କୃତି ଭବନରେ ଖୋଲିବ ଜଉମୁଦ। ଚଳଚ୍ଚିତ୍ର ପାଇଁ ଫିଚର ଓ ଅଣ ଫିଚର ବର୍ଗରେ ମୋଟ୍‌ ୧୮ଟି ଚଳଚ୍ଚିତ୍ର ଆସିଥିଲା। ସଂଗୀତ ନିର୍ଦେଶକ ପ୍ରଫୁଲ୍ଲ କରଙ୍କ ଅଧ୍ୟକ୍ଷତାରେ ଗଠିତ ୬ଜଣିଆ କମିଟି ଇତିମଧ୍ୟରେ ୧୭ଟି ଚଳଚ୍ଚିତ୍ରକୁ ଦେଖି ଚୂଡ଼ାନ୍ତ ନମ୍ବର ପ୍ରଦାନ କରିସାରିଛନ୍ତି। ସେହିପରି ଘନଶ୍ୟାମ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ୨୦୧୭ ଟେଲି ପୁରସ୍କାର ପାଇଁ ମୋଟ୍‌ ୧୮ଟି ଧାରାବାହିକ ବିଚାର ପ୍ରକ୍ରିୟାକୁ ଆସିଥିବା ବେଳେ ବିଚାରକମାନେ ଚୂଡ଼ାନ୍ତ ଫଳାଫଳ ଦେଇସାରିଛନ୍ତି। ଆସନ୍ତାକାଲି ସଂସ୍କୃତି ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ବିଚାରକମଣ୍ଡଳୀ ଉପସ୍ଥିତ ରହି ଏ ସମ୍ପର୍କରେ ସୂଚନା ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe