ଭୁବନେଶ୍ବର: ଜୟଦେବ ବିହାର ଛକ ନିକଟରେ ଥିବା ଜୟଦେବ ଟାୱାରର ବେଆଇନ ନିର୍ମାଣକୁ ଆଜି ମିଳିତ ଉଚ୍ଛେଦକାରୀ ଟିମ୍ ଭାଙ୍ଗିଛି। ଏହି ଆପାର୍ଟମେଣ୍ଟଟି ଏସ୍+୫ ମହଲା ପାଇଁ ଅନୁମତି ନେଇଥିବା ବେଳେ ଏଠାରେ ଏସ୍+୬ ମହଲା ନିର୍ମାଣ ହୋଇଥିଲା। ସେହିପରି ଏଠାରେ ଗାଡ଼ି ପାର୍କିଂ ପାଇଁ ଥିବା ଅଞ୍ଚଳରେ ଘର କରି ଏହାକୁ ଭଡ଼ାରେ ଲଗାଇ ଦିଆଯାଇଥିଲା। ଏନେଇ ୨୦୦୦ ମସିହାରୁ ଅଭିଯୋଗ ହୋଇଥିବା ବେଳେ ଓଡିଏ କୋର୍ଟ ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ବେଆଇନ ନିର୍ମାଣକୁ ଭଙ୍ଗାଯାଇଛି। ଏଥିରେ ୩ଟି ଲୁହା କବାଟ, ୧୦ଟି ଇଟା କାନ୍ଥ ଏବଂ ଷଷ୍ଠ ମହଲାରେ ଥିବା ଦୁଇଟି ରୁମ୍କୁ ଭଙ୍ଗା ଯାଇଛି। ବାକି ଅଂଶ ଗୁରୁବାର ଭଙ୍ଗାଯିବ ବୋଲି ନିଷ୍ପତ୍ତି ହୋଇଛି। ଆଜି ଦିନତମାମ୍ ବର୍ଷା ଲାଗି ରହିଥିବା ବେଳେ ମିଳିତ ଉଚ୍ଛେଦକାରୀ ଟିମ୍ ଧାର୍ଯ୍ୟ ସମୟରେ ଏହାକୁ ଉଚ୍ଛେଦ କରିବା ଆରମ୍ଭ କରିଥିଲା। ହେଲେ ଆପାର୍ଟମେଣ୍ଟ ନିର୍ମାତା ବେଆଇନ ଭାବେ ନିର୍ମାଣ କରିଥିବା ଘରେ ହଷ୍ଟେଲ ଚଲାଇଥିବାରୁ ବହୁ ଛାତ୍ରଛାତ୍ରୀ ହଇରାଣ ହୋଇଥିଲେ। ପୁଲିସ ଉପସ୍ଥିତ ଥିବାରୁ ହଷ୍ଟେଲ ଛାତ୍ରଛାତ୍ରୀମାନେ ବିରୋଧ କରିନଥିଲେ ହେଁ ବର୍ଷାରେ ଜିନିଷ କେଉଁଠି ସାଇତି ରଖିବେ ସେନେଇ ଅଡ଼ୁଆରେ ପଡ଼ି ଯାଇଥିଲେ।
ଭଙ୍ଗା ହେଲା ଭୁବନେଶ୍ବର ଜୟଦେବ ବିହାର ଛକ ନିକଟରେ ଥିବା ଜୟଦେବ ଟାୱାର
Advertisment
Follow Us