ଇଂରାଜୀ କବିତା ସଂକଳନର ସର୍ବୋ‌ତ୍ତମ କବିତା ଜୟନ୍ତ ମହାପାତ୍ର

Advertisment

ଆତ୍ମଜୀବନୀ ‘ଭୋର ମୋତିର କାନଫୁଲ’ ଉନ୍ମୋଚିତ

ଆତ୍ମଜୀବନୀ ‘ଭୋର ମୋତିର କାନଫୁଲ’ ଉନ୍ମୋଚିତ

ଇଂରାଜୀ କବିତା ସଂକଳନର ସର୍ବୋ‌ତ୍ତମ କବିତା ଜୟନ୍ତ ମହାପାତ୍ର

ଭୁବନେଶ୍ବର: ‘କେତକୀ ଫାଉଣ୍ଡେସନ୍‌ ଟ୍ରଷ୍ଟ’ ପକ୍ଷରୁ ଖ୍ୟାତନାମା ‌ଲେଖକ, କବି ଜୟନ୍ତ ମହାପାତ୍ରଙ୍କ ଆତ୍ମଜୀବନୀ ‘‌ଭୋର ମୋତିର କାନଫୁଲ’ ଆଜି ପ୍ରେସ୍‌ କ୍ଲବ୍‌ ଅଫ୍‌ ଓଡ଼ିଶାଠାରେ ଉନ୍ମୋଚିତ ହୋଇଯାଇଛି। ଏଥିରେ ଅବସରପ୍ରାପ୍ତ ବିଚାରପତି ତଥା ଲେଖକ ଅରୁଣ ପରିଚ୍ଛା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ମଧ୍ୟାହ୍ନର ସୂର୍ଯ୍ୟଙ୍କ ଭଳି ଏ ବହିରେ ଉଲ୍ଲେଖ ଥିବା ସତ୍ୟ ଘଟଣାଗୁଡ଼ିକ ତୀବ୍ର ଓ ତେଜୀୟାନ୍‌। ଅନ୍ୟମାନଙ୍କ ଆତ୍ମଜୀବନୀ ଅପେକ୍ଷା ଏ ବହିଟି ସଂପୂର୍ଣ୍ଣ ସ୍ବତନ୍ତ୍ର ଓ ଭିନ୍ନ। ଏହା ବହୁ ମାତ୍ରାରେ ପାଠକାଦୃତି ଲାଭ କରିବ ବୋଲି ଆଶା କରୁଛି।

ମୁଖ୍ୟବକ୍ତା ବିଶିଷ୍ଟ କଥାକାର ଗୌରହରି ଦାସ କହିଲେ, ଜଣେ ଶାଗ ବେପାରୀ ଓ କପଡ଼ା ଦୋକାନୀ ହୀରାର ମୂଲ୍ୟ ବୁଝିପାରନ୍ତିନି। ସେଥିପାଇଁ ଜହୁରୀର ଆବଶ୍ୟକତା ରହିଛି। ସେହିଭଳି ଜୟନ୍ତ ମହାପାତ୍ରଙ୍କୁ ସମକାଳ ଓ ବହୁ ସତୀର୍ଥ ବ୍ୟକ୍ତି ବୁଝି ପାରିନାହାନ୍ତି। ସେ ଇଂରାଜୀ କବିତା ସଂକଳନର ସର୍ବୋ‌ତ୍ତମ କବିତା, ସୁନ୍ଦର ହସ୍ତାକ୍ଷର ଏବଂ ମଧୁରତମ ଉଚ୍ଚାରଣ। କବି ଜୟନ୍ତ ମହାପାତ୍ର କହିଥିଲେ, ଆଜିର ସନ୍ଧ୍ୟା ସ୍ବାର୍ଥପରର ନମୁନା ବୋଲି ମୁଁ ଭାବେ। କାରଣ ଆତ୍ମଜୀବନୀ ଗୋଟିଏ ଲୋକର ଜୀବନ ଓ ବର୍ଷ ବର୍ଷର କଥା। ସେହି ଲେଖା ସମସ୍ତଙ୍କର ପଢ଼ିବା ଏବଂ ଜାଣିବାର କ’ଣ ଆବଶ୍ୟକତା ରହିଛି। କବି ରବୀନ୍ଦ୍ର କୁମାର ସ୍ବାଇଁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ରାମହରି ଜେନା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe