ଜୟଦେବ ରାଷ୍ଟ୍ରୀୟ ସମାରୋହ ଉଦ୍‌ଘାଟିତ

Advertisment
ଜୟଦେବ ରାଷ୍ଟ୍ରୀୟ ସମାରୋହ ଉଦ୍‌ଘାଟିତ

ଭୁବନେଶ୍ବର: ନ୍ୟାସନାଲ କଲଚର୍‌ ମିସନ୍‌ ପକ୍ଷରୁ ଭଂଜ କଳାମଣ୍ଡପରେ ଆଜି ଶ୍ରୀଜୟଦେବ ରାଷ୍ଟ୍ରୀୟ ସମାରୋହ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ବିଧାୟକ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି, ମାନବାଧିକାର କମିସନ ସଦସ୍ୟ ମନୋଜ ଜେନା, ବାସୁଦେବ ଭଟ୍ଟମିଶ୍ର, ପ୍ରସନ୍ନ ବିଶୋୟୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ନବୀନ କଳାକାର ଜାତୀୟ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ପରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ବିଶିଷ୍ଟ ନୃତ୍ୟଶିଳ୍ପୀମାନେ ନୃତ୍ୟ ପରିବେଷଣ କରିଥିଲେ। ପ୍ରଥମ ଅର୍ଘ୍ୟରେ ଢେଙ୍କାନାଳର ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ‘ଧୀର ସମୀରେ’ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ପରେପରେ କୋଲକାତାର ଭାରତ ନାଟ୍ୟମ୍ ନୃତ୍ୟଶିଳ୍ପୀ ପ୍ରଣିତିକା ମୁଖାର୍ଜୀ ‘ନାଥ ହରେ’ ଓ ହାଇଦ୍ରାବାଦର କୁଚୁପୁଡ଼ି ନୃତ୍ୟଶିଳ୍ପୀ କିରଣମଣି ବୋନାଲା ‘ରାଧିକା କ୍ରିଷ୍ଣା ରାଧିକା’, ଚେନ୍ନାଇର ଦିବ୍ୟାସେନ୍ ‘ମୁଗ୍ଧେ ମଧୁ ମଦନମ୍’ ନୃତ୍ୟ ଦର୍ଶକଙ୍କୁ ପ୍ରେକ୍ଷାଳୟରେ ବାନ୍ଧି ରଖିଥିଲା। କୋଲକାତର ଅତ୍ରୟୀ ଦତ୍ତ ‘ଦଶାବତାର’ ଓ ଶେଷରେ ବହ୍ମପୁରର ରାଧେଶ୍ୟାମ ତରେଇ ‘କୁଚିପୁଡ଼ି’ ନୃତ୍ୟ ପରିବେଷଣ କରିଥିଲେ।

ଏହି ଅବସରରେ ନୃତ୍ୟଶିଳ୍ପୀ ଦିବ୍ୟା ସେନ୍‌ଙ୍କୁ ‘ଶ୍ରୀଜୟଦେବ ରାଷ୍ଟ୍ରୀୟ ପୁରସ୍କାର’ ଓ ବିଶାଖାପାଟନମ୍‌ର କୁଚୁପୁଡ଼ି ନୃତ୍ୟଶିଳ୍ପୀ କେ.ଭି ଲକ୍ଷ୍ମୀ ଗାରୁଙ୍କୁ ‘ଅଷ୍ଟପଦୀ ରାଷ୍ଟ୍ରୀୟ ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା। ଦେବମିତା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ନିର୍ଦ୍ଦେଶକ ଜଗବନ୍ଧୁ ଜେନା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe